ଆସନ୍ତାକାଲି ଦିନ ୧୦ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦୀ, ହୋଇପାରେ ବଡ ଘୋଷଣା !

Published By : Prameya-News7 Bureau | April 13, 2020 IST

ନୂଆଦିଲ୍ଲୀ, ୧୩|୦୪:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଅର୍ଥାତ ୧୪ ତାରିଖ ଦିନ ୧୦ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଏହି ସମ୍ବୋଧନରେ ସେ କୌଣସି ବଡ ଘୋଷଣା କରିବେ ବୋଲି କୁହାଯାଉଛି ।

wp:core-embed/twitter {"url":"https://twitter.com/PMOIndia/status/1249620775679610880","type":"rich","providerNameSlug":"twitter","className":""}
https://twitter.com/PMOIndia/status/1249620775679610880
/wp:core-embed/twitter

କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଦେଶକୁ ୨୧ ଦିନ ପାଇଁ ଲକଡାଉନ ଘୋଷଣା କରିଥିଲେ । ଯାହା ଗତ ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହୋଇଥିଲା । ଏହାର ଅବଧି ଏପ୍ରିଲ ୧୪ ଅର୍ଥାତ ମଙ୍ଗଳବାର ସରିବାକୁ ଯାଉଛି । କିନ୍ତୁ ଦେଶରେ କରୋନା ଭାଇରସର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୩୦୦ରେ ପହଁଚିବାକୁ ଯାଉଛି ।

ଏପରିକି ମୋଦୀ କ୍ୟାବିନେଟ ମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ଭାଇରସ ବାବଦରେ ଆଲୋଚନା କରିସାରିଛନ୍ତି । ଅନେକ ମୁଖ୍ୟମନ୍ତ୍ରୀ ଲକଡାଉନ୍ ଅବଦ୍ଧି ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ଓଡିଶା ସମେତ କିଛି ରାଜ୍ୟରେ ଲକଡାଉନର ଅବଧି ବୃୃଦ୍ଧି କରାଯାଇ ସାରିଛି । ଗତ ୨ଦିନ ତଳେ ମୋଦୀ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏଥିରେ ମୋଦୀ ଲକଡାଉନ୍ ବୃଦ୍ଧିକୁ ନେଇ ସଙ୍କେତ ମଧ୍ୟ ଦେଇଥିଲେ । ଫଳରେ ଏହାର ସମୟ ସୀମା ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି । ତେବେ ଏହାକୁ ନେଇ ମୋଦୀ କିଛି ବଡ ଘୋଷଣା ମଙ୍ଗଳବାର କରିପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.