Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର

5/04/2019 at 8:59 AM

ଭୁବନେଶ୍ବର ୫|୪ : ନିର୍ବ।ଚନ ପାଇଁ ଚାଲିଛି ପ୍ରଚାର । ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ପାଇଁ ଆସନ୍ତାକାଲି ସୁନ୍ଦରଗଡ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁର୍ବ।ହ୍ନ ୧୦ଟାରେ ମୋଦି ସୁନ୍ଦରଗଡ କିରେଇ ନିକଟରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ହେଲିପ୍ୟାଡ ନିର୍ମ।ଣ ସହ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଉଛି । 

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାର ଅଭିଯାନରେ ସୁବର୍ଣ୍ଣପୁର ସହରକୁ ଆସିବେ  । ଏଥିପାଇଁ ସହରର ରାମେଶ୍ବର ଷ୍ଟାଡିୟମଠାରେ ବ୍ୟାପକ ବ୍ୟବସ୍ଥା କରାଯାଉଛି  । ଷ୍ଟାଡିୟମର ଅନତି ଦୂରରେ ହେଲିପ୍ୟାଡ୍ ପାଇଁ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ଷ୍ଟାଡିୟମରେ ମଂଚ ତିଆରି କାର୍ଯ୍ୟ ଚାଲିଛି  । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲା ବିଜେପି ଶିବିରରେ ବେଶ ଉତ୍ସାହ ରହିଛି । ପ୍ରଧାନମନ୍ତ୍ରୀ ମଧ୍ୟାହ୍ନ ପ୍ରାୟ ୧ ଘଣ୍ଟା ୨୦ ମିନିଟ୍ ସମୟରେ ସୁନ୍ଦରଗଡରୁ ହେଲିକେପ୍ଟର ଯୋଗେ ପହଂଚି ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି  ।

ଏହି ନିର୍ବାଚନୀ ସଭାରେ ବଲାଂଗିର ଲୋକସଭା ଓ ଫୁଲବାଣୀ ଲୋକସଭା ପ୍ରାର୍ଥୀମାନଙ୍କ ସହିତ ଏହି ଦୁଇ ଲୋକସଭା ମଣ୍ଡଳୀ ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀମାନେ ସାମିଲ ହେବେ  । ପ୍ରଧାନମନ୍ତ୍ରୀଙ୍କ ସହିତ ଦୁଇ ତିନି ଜଣ କେନ୍ଦ୍ର ମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି  । ସାଧାରଣ ସଭା ପାଇଁ ମଂଚ ପ୍ରସ୍ତୁତ ଚାଲିଥିବା ବେଳେ ଲକ୍ଷେରୁ ଅଧିକ ଜନସାଧାରଣଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଉଛି   ।

ସେହିପରି ଆସନ୍ତା ୭ ଓ ୯ ତାରିଖରେ ଶାହା ପୁଣି ଓଡିଶା ଆସିବେ । ୭ରେ ବରଗଡ ଓ ଗଞ୍ଜାମ ଜିଲ୍ଲାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେବେ । ସେହିପରି ୯ ତାରିଖରେ ପୁରୀରେ ରୋଡ ସୋ କରିବେ । ଶାହା ଗତ ୧ରେ ଗଜପତିରେ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ ।

   Related Posts