Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆସନ୍ତାକାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ‘ଫନି’ କ୍ଷୟକ୍ଷତି ଆକଳନ ସହ ପୁନଃଉଦ୍ଧାର କାର୍ଯ୍ୟର କରିବେ ସମୀକ୍ଷା

5/05/2019 at 12:49 PM

ଭୁବନେଶ୍ବର ୫|୫: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି । କ୍ଷୟକ୍ଷତିର ଆକଳନ କରିବା ସହିତ ପୁନଃରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ଆସିବା ପୂର୍ବରୁ ମୋଦି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି । ଫୋନି ପାଇଁ ଓଡ଼ିଶାରେ ସୃଷ୍ଟି ହୋଇଥିବା ପରିସ୍ଥିତି ଓ ପ୍ରଭାବିତ ଅଞ୍ଚଳର ବିଷୟରେ ମଧ୍ୟ ପଚାରି ବୁଝିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟକୁ ଓଡ଼ିଶାବାସୀ ସାହସର ସହିତ ମୁକାବିଲା କରିଥିବାରୁ କେନ୍ଦ୍ର ଯଥେଷ୍ଟ ସହାୟତା ଯୋଗାଇଦେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ପ୍ରଭାବିତ ଅଞ୍ଚଳ ଲୋକଙ୍କ ସହିତ ସାରା ଦେଶବାସୀ ରହିଛନ୍ତି ବୋଲି ଟ୍ବିଟ କରି ଜଣାଛନ୍ତି ।

   Related Posts