Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ସୁନ୍ଦରଗଡ ଓ ସୁବର୍ଣ୍ଣପୁରରେ ବିଜୟ ସଂକଳ୍ପ ସମାବେଶରେ ଦେବେ ଯୋଗ

6/04/2019 at 7:52 AM

ସୁନ୍ଦରଗଡ|ସୋନପୁର ୬|୪ : ନିର୍ବ।ଚନ ଯେତିକି ପାଖେଇ ଆସୁଛି ପ୍ରଚାର ସେତିକି ଜୋରଦାର ହେଉଛି । ବିଜେପିର ମିଶନ୍ ୧୨୦ ପ୍ଲସ୍ ସଫଳ ପାଇଁ ବାରମ୍ବାର ଓଡିଶା ଗସ୍ତ କରୁଛନ୍ତି ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ନିର୍ବାଚନ ପ୍ରଚାର ପାଇଁ ସୁନ୍ଦରଗଡ ଓ ସୁବର୍ଣ୍ଣପୁର ଗସ୍ତରେ ଆସୁଛନ୍ତି ମୋଦି । ସକାଳ ୧୦ଟାରେ ମୋଦି ସୁନ୍ଦରଗଡ଼ କିରେଇ ନିକଟରେ ଆୟୋଜିତ ଜନସଭାରେ ସମ୍ବୋଧନ କରିବେ । ସେହିପରି ସୁବର୍ଣ୍ଣପୁର ରାମେଶ୍ବର ମନ୍ଦିର ନିକଟସ୍ଥ ଷ୍ଟାଡିୟମରେ ଦିନ ୧୨ଟା ୫୦ରେ  ବିଜୟ ସଂକଳ୍ପ  ସଭାରେ ଯୋଗଦେଇ ଉଦବୋଧନ ଦେବେ ମୋଦି । ସୁନ୍ଦରଗଡରୁ  ସ୍ବତନ୍ତ୍ର ହେଲିକପ୍ଟରରେ ଆସି ସୋନପୁରରେ ପହଞ୍ଚିବେ। ମୋଦିଙ୍କ ସହ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ବରିଷ୍ଠ ବିଜେପି ନେତା କେଭି ସିଂଦେଓ ବିଜେପି ଲୋକସଭା ପ୍ରାର୍ଥୀନି ସଂଗୀତା ସିଂଦେଓଙ୍କ ସମେତ ୩ଟି ଜିଲ୍ଲାର ଅନ୍ୟାନ୍ୟ ବିଜେପି ବିଧାୟକ ପ୍ରାର୍ଥୀମାନେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମୋଦୀଙ୍କ ଗସ୍ତ ପାଇଁ ସବୁ ପ୍ରକାର ପ୍ରସ୍ତୁତି ସରିଛି। ତେଲନଦୀ ରିଂରୋଡ ନିକଟରେ ୩ଟି ହେଲିପ୍ୟାଡ୍ ପ୍ରସ୍ତୁତ ହୋଇସାରିଥିବାବେଳେ ଏପଟେ ଷ୍ଟାଡିଅମ୍ ପରିସରରେ ମଂଚ ମଧ୍ୟ ପ୍ରସ୍ତୁତ ସରିଛି । କାର୍ଯ୍ୟକ୍ରମରେ ବଲାଙ୍ଗୀର,ସୋନପୁର ଏବଂ ବୌଦ୍ଧ ଜିଲ୍ଲାର ବିଜେପି ନେତା ଓ କର୍ମୀଙ୍କ ସହ ଲକ୍ଷାଧିକ ସାଧାରଣ ଲୋକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ୨୮ ବର୍ଷ ପରେ ଭାରତର ପ୍ରଧାନମନ୍ତ୍ରୀଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଥିବାରୁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଏଣୁ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏସ.ପି .ଜି,ଡକ୍  ସ୍କ୍ବାର୍ଡ, ବମ୍ ସ୍କ୍ବାର୍ଡ ମୁତୟନ ହୋଇଛନ୍ତି  ।

   Related Posts