Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭୁବନେଶ୍ବରରେ କରିବେ ରୋଡ୍ ସୋ

16/04/2019 at 8:14 AM

ଭୁବନେଶ୍ବର ୧୬|୪: ଆଜି ପୁଣି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେ।ଦି । ସମ୍ବଲପୁରରେ ମୋଦି ସାଧାରଣ ସଭାରେ ଯୋଗଦେବେ । ସମ୍ବଲପୁର ଲୋକସଭା ପ୍ରାର୍ଥୀ ନୀତିଶ ଗଙ୍ଗଦେବ ଓ ୭ ବିଧାନସଭା ଆସନ ପାଇଁ ଛିଡା ହୋଇଥିବା ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଏଥିପାଇଁ ରେମେଡ ଛକ ନିକଟ ବସ୍ ଟର୍ମିନାଲ ପଡିଆରେ ବ୍ୟାପକ ଆୟୋଜନ କରାଯାଇଛି । ବିଜେପି ନେତାଙ୍କ ମଧ୍ୟରେ ଉତ୍ସାହ ଭରିଯାଇଛି । ସେଠାରୁ ମୋଦି ଛତିଶଗଡ କୋରର୍ବା ଗସ୍ତ କରିବେ ।

ଅପରାହ୍ନ ୪ ଟାରେ ବିଜୁପଟ୍ଟନାୟକ ବିମାନ ବନ୍ଦରରେ ବାୟୁସେନା ହେଲିକାପ୍ଟରରେ ପହଁଚିବେ ମୋଦି । ସଂଧ୍ୟାରେ ଭୁବନେଶ୍ବର ବରମୁଣ୍ଡା ପଡିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ । ଏହା ପୂର୍ବରୁ ଏୟାରପୋର୍ଟରୁ ବରମୁଣ୍ଡା ଯାଏଁ ହେବ ରୋଡ୍ ସୋ । ମୋଦି ଏୟାରପୋର୍ଟରୁ ଗଙ୍ଗନଗର ଛକ, ଓୟୁଏଟି ରାସ୍ତା ଦେଇ ସିଟି ଓମେନ୍ସ କଲେଜ ରାସ୍ତାରେ ଆସିବେ । ସେଠାରୁ ଏୟାରପୋର୍ଟ ପଛ ରାସ୍ତା ଦେଇ ବରମୁଣ୍ଡା ପଡିଆରେ ପହଁଞ୍ଚିବେ । ଏଥିପାଇଁ ଏୟାରପୋର୍ଟ ଛକରୁ ବରମୁଣ୍ଡା ପର୍ଯ୍ୟନ୍ତ ବାରିକେଟ୍ ନିର୍ମାଣ କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କମିସନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ରାଜଧାନୀରେ ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ ହେବା ସହ ୧୩୦ ଜଣ ଅଫିସର ସୁରକ୍ଷା ଦାୟିତ୍ବରେ ରହିବେ । ଦୁଇଜଣ ଡିସିପିଙ୍କ ସମେତ ଆଡିସିନାଲ ସିପି, ଏସଓଜି କମାଣ୍ଡାଣ୍ଟ ଓ ଜଣେ ଆଇଜି ସମ୍ପୂର୍ଣ୍ଣ ଗସ୍ତର ମନିଟରିଙ୍ଗ କରିବେ ।

   Related Posts