ଆସନ୍ତା ୬ରେ ପୁଣି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published By : Prameya-News7 Bureau | March 31, 2019 IST

ଭୁବନେଶ୍ବର ୩୧|୩ : ପାଖେଇ ଆସୁଛି ନିର୍ବାଚନ । ଜୋର ଧରିଲାଣି ପ୍ରଚାର । ବିଭିନ୍ନ ରାଜନୈତିକ ଦଳମାନେ ମଧ୍ୟ ନିଜ ନିଜ ଶୈଳୀରେ ପ୍ରଚାରରେ ଲାଗିଛନ୍ତି । ଏମିତିରେ ଆସନ୍ତା ୬ ତାରିଖରେ ପୁଣି ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁନ୍ଦରଗଡରେ ଆୟୋଜିତ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ଯୋଗଦେବେ।

ସୂଚନାଯୋଗ୍ୟ ଯେ, ଏପ୍ରିଲ ୨ତାରିଖରେ ମୋଦିଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । କାଳାହାଣ୍ଡିର ଭବାନୀପାଟଣାରେ ସଭାକରି କର୍ମୀଙ୍କୁ ଉଦବୋଧନ ଦେବେ । ଗତ ୨୯ତାରିଖରେ ଓଡିଶା ଗସ୍ତରେ ଆସି କୋରାପୁଟର ଜୟପୁର ନିର୍ବାଚନୀ ସଭାରେ ଯୋଗଦେଇଥିଲେ ମୋଦି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.