ଆସନ୍ତା ୨୩ରେ ପୁଣି ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published By : Prameya-News7 Bureau | April 18, 2019 IST

ଭୁବନେଶ୍ବର ୧୮|୪: ଆସନ୍ତା ୨୩ ତାରିଖରେ ପୁଣି ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ରାପଡା ଓ ବାଲେଶ୍ବରରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ । ବିଜେପି ପ୍ରାର୍ଥୀ ମାନଙ୍କ ପାଇଁ ପ୍ରଚାର କରିବେ ମୋଦି । ଆୟୋଜିତ ସାଧାରଣ ସଭାରେ ଜନସାଧାରଣଙ୍କୁ ଉଦବୋଧନ ଦେବେ ।

ଅନ୍ୟପଟେ ଆସନ୍ତାକାଲି ଓଡିଶା ଆସୁଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ । ମୟୁରଭଞ୍ଜ, ନୟାଗଡ ଏବଂ କଟକରେ ଆୟୋଜିତ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ଯୋଗଦେବେ ରାଜନାଥ । ଆସନ୍ତା ୨୦ ତାରିଖରେ ଆସିବେ କେନ୍ଦ୍ରମନ୍ତ୍ରୀ ମୁଖତାର ଆବାସ ନକଭି । ସେ କେନ୍ଦ୍ରାପଡା, ସାଲେପୁର, ଭଦ୍ରକରେ ଆୟୋଜିତ ନିର୍ବାଚନୀ ସାଧାରଣ ସଭାରେ ଯୋଗଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.