ଆଜି ଜୟପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published By : Prameya-News7 Bureau | March 29, 2019 IST

ଜୟପୁର ୨୯|୩ :  ଆଜି ଜୟପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଓଡିଶା ଗସ୍ତ । ପ୍ରଧାନମନ୍ତ୍ରୀ ଜୟପୁରରୁ ପ୍ରଚାର ଆରମ୍ଭ କରିବେ । ଏଥିପାଇଁ ଜୟପୁର ଏକମ୍ବା ପଡିଆରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସକାଳ ସାଢେ ୧୦ଟାରେ ମୋଦି ଜୟପୁରରେ ପହଞ୍ଚିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି । ସୁରକ୍ଷା ଦାୟିତ୍ବ ଏସ୍.ପି.ଜି ନେଇଥିବା ବେଳେ ୪ଟି ଜିଲ୍ଲାର ଏସପିଙ୍କ ସମେତ ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି । ଜୟପୁର କାର୍ଯ୍ୟକ୍ରମ ପରେ ପୁଣି ମୋଦି ଏପ୍ରିଲ ୨ରେ ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଆସିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.