ଆଜି ବଦ୍ରିନାଥ ଦର୍ଶନରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published By : Prameya-News7 Bureau | May 19, 2019 IST

ନୂଆଦିଲ୍ଲୀ ୧୯|୫: ଆଜି ବଦ୍ରିନାଥ ଦର୍ଶନରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ମୋଦି ଏଠାକାର ଐତିହାସିକ ମନ୍ଦିରରେ ଭଗବାନ ବିଷ୍ଣୁଙ୍କୁ ଆଜି ପୂଜାର୍ଚ୍ଚନା କରିବେ । ସାରା ରାତି ଧ୍ୟାନରେ ଲିନ ହେବ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳୁ କେଦାରନାଥ ଗୁମ୍ଫାରୁ ବାହାରିଥିଲେ । ନିଜ ସଂସଦୀୟ କ୍ଷେତ୍ର ବାରାଣାସୀରେ ଭୋଟିଂ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରନାଥଙ୍କୁ ଦର୍ଶନ କରିବା ସହ ଆର୍ଶୀବାଦ ଭିକ୍ଷା କରିଛନ୍ତି ।

ଆଜି ବାରଣାସୀରେ ଭୋଟିଂ ହେଉଥିବାବେଳେ ମୋଦି ବଦ୍ରିନାଥ ଯାଇ  ଆଶୀର୍ବାଦ ପ୍ରାର୍ଥନା କରିବେ।ମୋଦିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।୧୯ ନିର୍ବାଚନ ପାଇଁ ଆଚରଣ ବିଧି ଜାରି ରହିଥିବା ବେଳେ କେଦାରନାଥ ଏବଂ ବଦ୍ରୀନାଥ ଧାମ ଯାତ୍ରା କରିବାକୁ ଅନୁମତି ଦେଇଛନ୍ତି  ନିର୍ବାଚନ ଆୟୋଗ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.