Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର: ୧୯ ସଦସ୍ୟଙ୍କୁ ନେଇ ଗଠନ ହେଲା କମିଟି
  • ||
  • ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୯୬୨ ଆକ୍ରାନ୍ତ ଚିହ୍ନଟ
  • ||
  • ନୂଆଦିଲ୍ଲୀ : କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୋଗୀ ଆୟୁଷ-୬୪, ଏହି କେନ୍ଦ୍ରରେ ମିଳୁଛି ମାଗଣାରେ
  • ||
  • ଶାମଲୀ : ଲଜ୍ଜାଜନକ ଦୃଶ୍ୟ, ଅଳିଆ ବୁହା ଗାଡିରେ ଶ୍ମଶାନଘାଟ ଗଲା ମହିଳାଙ୍କ ମୃତଦେହ
  • ||
  • ଟିକା ପାଇଁ ହେବ ଗ୍ଲୋବାଲ୍‌ ଟେଣ୍ଡର, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ରାହୁଲ ଭୋରାଙ୍କ ମୃତ୍ୟୁ ପରେ ପତ୍ନୀ ସେୟାର କଲେ ଯନ୍ତ୍ରଣାଦାୟକ ଭିଡିଓ… କେମିତି ଅକ୍ସିଜେନ୍ ଟିକିଏ ପାଇଁ ହେଉଥିଲେ ଛଟପଟ
  • ||
  • ମଥୁରା : କରୋନାରେ ହେମାମାଳିନୀଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ, ଟ୍ବିଟ୍ କରି ଅଭିନେତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
  • ||
  • ଭୁବନ : ଦୀର୍ଘ ୭ଘଣ୍ଟା ବନ୍ଦ ଘରେ ପଡିରହିଲା ମୃତଦେହ, କରୋନା ସଂକ୍ରମଣ ଆଶଙ୍କାରେ ପାଖ ମାଡିଲେନି ପରିବାର
  • ||
  • ବଲାଙ୍ଗୀର : ରୋଗୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା, SDMOଙ୍କୁ ସୋ-କଜ୍ ନୋଟିସ୍ ପରେ ପଠାଗଲା ଡେପୁଟେସନରେ, ସ୍ବାସ୍ଥ୍ୟକର୍ମୀ ସସ୍‌ପେଣ୍ଡ
  • ||
  • ହାଇଦ୍ରାବାଦ : ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା, ଅକ୍ସିଜେନ୍ ଅଭାବରୁ ଚାଲିଗଲା ୭ କରୋନା ରୋଗୀଙ୍କ ଜୀବନ
  • ||

୧୫୧ ଇଞ୍ଚର ‘ଷ୍ଟାଚ୍ୟୁ ଅଫ ପିସ୍’ର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କହିଲେ- ଜୈନ ଗୁରୁ ବଲ୍ଲଭଙ୍କ ମୂର୍ତ୍ତି ଅନାବରଣ କରିବାର ସୌଭାଗ୍ୟ ପାଇଲି

16/11/2020 at 5:53 PM

ପାଲି ୧୬।୧୧: ରାଜସ୍ଥାନର ପାଲି ଜିଲ୍ଲାରେ ସୋମବାର ଦିନଟି ବହୁତ ଗୁରୁତ୍ଵପୂର୍ଣ୍ଣ ରହିଛି। ଆଜି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନ ୧୨ଟାରେ ପାଲି ଜିଲ୍ଲାର ଜେତପୁରାରେ ନିର୍ମିତ ୧୫୧ ଇଞ୍ଚ ଉଚ୍ଚତା ଗୁରୁ ବଲ୍ଲଭଙ୍କ ପ୍ରତିମୂର୍ତ୍ତିର ଉନ୍ମୋଚନ କରିଛନ୍ତି। ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରତୀମା ବିମୋଚନ କରିଛନ୍ତି। ଖାସ୍ କଥା ଏହା ଯେ, ଏହି ପ୍ରତୀମାର ନାମ ‘ଷ୍ଟାଚ୍ୟୁ ଅଫ ପିସ୍‌’ ଦିଆଯାଇଛି। ଉଲ୍ଲେଖନୀୟ ଅଖିଳ ଭାରତୀୟ ଶ୍ରୀ ଆତ୍ମ ବଲ୍ଲଭ ଜୈନ ମହାସଂଘ ଟ୍ରଷ୍ଟ ପକ୍ଷରୁ ଜେତପୁରାର ଶ୍ରୀ ବିଜୟ ବଲ୍ଲଭଙ୍କ ୧୫୧ତମ ଜନ୍ମ ଜୟନ୍ତୀ ଅବସରରେ ମୂର୍ତ୍ତିର ଉନ୍ମୋଚନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ଓ ସମାଜକୁ ସମ୍ଵୋଧିତ କରିଛନ୍ତି। ଏଥିସହ ଗୁରୁ ବଲ୍ଲଭଙ୍କ ଜୀବନି ଉପରେ ମଧ୍ୟ ଆଲୋକପାତ କରିଛନ୍ତି। ଅନ୍ୟପକ୍ଷେ ଭାରତୀୟ ସଂସ୍କୃତି ଉପରେ ମଧ୍ୟ ନିଜର କଥା ରଖିଛନ୍ତି। ଉଦ୍‌ଘାଟନ ସମୟରେ ଅନେକ ଜୈନ ସନ୍ଥ ଏବଂ ସମାଜସେବୀ ଜେତପୁରାରେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ୧୮୭୦-୧୯୫୪ ସମୟରେ ଜୈନ ସନ୍ଥ ଗୁରୁ ବଲ୍ଲଭ ଭଗବାନ ମହାବୀରଙ୍କ ସନ୍ଦେଶର ପ୍ରଚାର ପ୍ରସାର ପାଇଁ ନିଃସ୍ଵାର୍ଥ ଓ ସମର୍ପିତ ଭାବରେ ନିଜ କାର୍ଯ୍ୟ କରିଛନ୍ତି। ସେ ଜନତାଙ୍କ କଲ୍ୟାଣ, ଶିକ୍ଷାର ପ୍ରସାର ଓ ସାମାଜିକ ଅନ୍ଧବିଶ୍ଵାସର ବିନାଶ ପାଇଁ ଅକଥ ପରିଶ୍ରମ କରିଥିଲେ।

ପ୍ରଧାନମନ୍ତ୍ରୀ ନିଜର ସମ୍ବୋଧନରେ କହିଛନ୍ତି, ମୋର ସୌଭାଗ୍ୟ ଯେ ଦେଶ ମୋତେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଦୁନିଆର ସବୁଠୁ ଉଚ୍ଚ ଷ୍ଟାଚ୍ୟୁ ଅଫ ୟୁନିଟିର ଲୋକାର୍ପଣ କରିବାର ସୁଯୋଗ ଦେଇଥିଲା। ଆଜି ମୋତେ ଜୈନାଚାର୍ଯ୍ୟ ବିଜୟ ବଲ୍ଲଭ ଜୀଙ୍କ ‘ଷ୍ଟାଚ୍ୟୁ ଅଫ ପିସ୍‌’ର ଉନ୍ମୋଚନର ସୌଭାଗ୍ୟ ମିଳିଛି। ମୁଁ ବିଶ୍ଵାସ କରୁଛି ଯେ ‘ଷ୍ଟାଚ୍ୟୁ ଅଫ ପିସ୍‌’  ବିଶ୍ଵରେ ଶାନ୍ତି, ଅହିଂସା ଓ ସେବାର ପ୍ରେରଣାର ସ୍ରୋତ ପାଲଟିବ।

   Related Posts