NAM ଶିଖର ସମ୍ମିଳନୀରେ ଭାଗନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କରୋନା ମୁକାବିଲା ନେଇ ହେବ ଚର୍ଚ୍ଚା

Published By : Prameya-News7 Bureau | May 04, 2020 IST

ନୂଆଦିଲ୍ଲୀ ୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ୍ ମହାମାରୀ ମୁକାବିଲା ନେଇ ଆଲୋଚନା ପାଇଁ NAM ଶିଖର ସମ୍ମିଳନୀରେ ଭାଗନେବେ । ଏହି ବୈଠକ ଭାରତୀୟ ସମୟ ପ୍ରାୟ ୪ଟା ୩୦ ମିନିଟ୍ ରେ ଆରମ୍ଭ ହେବ । ଏଥିରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ସାମିଲ ହେବେ । ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ପ୍ରଥମ ଥର ପାଇଁ NAM ବୈଠକରେ ସାମିଲ ହେବେ ।

ମୋଦି ହେଉଛନ୍ତି ପ୍ରଥମ ପୂର୍ଣ୍ଣକାଳୀନ ଭାରତୀୟ ପ୍ରଧାନମନ୍ତ୍ରୀ ଯିଏକି ୨୦୧୬ରେ ଏବଂ ୨୦୧୯ରେ NAM ଶିଖର ସମ୍ମିଳନୀରେ ଯୋଗ ଦେଇନାହାଁନ୍ତି । ଶେଷ ଦୁଇଟି ଶିଖର ସମ୍ମିଳନୀରେ ୨୦୧୬ରେ ଭେନେଜୁଏଲାରେ ଉପରାଷ୍ଟ୍ରପତି ଏବଂ ୨୦୧୯ ରେ ଆଜେରବାଇଜାନ ପ୍ରତିନିଧିତ୍ବ କରିଥିଲେ। ମନମୋହନ ସିଂ ୨୦୧୨ରେ ତେହେରାନରେ NAM ବୈଠକରେ ଯୋଗ ଦେଇଥିଲେ । ଆଜରବାଇଜାନ ୨୦୨୨ ପର୍ଯ୍ୟନ୍ତ ଏହି ଗ୍ରୁପର ଅଧ୍ୟକ୍ଷ ରହିଆସିଛି । ଏହାର ଅଧ୍ୟକ୍ଷ ଇଲହାମ ଆଲିୟେଭଙ୍କ ନେତୃତ୍ବରେ ବୈଠକ ଅନୁଷ୍ଠିତ ହେଉଛି ।

G20, ବ୍ରିକ୍ସ ଏବଂ ଆଞ୍ଚଳିକ ସମୂହ SAARC ପରି ଅନ୍ୟ ବ୍ଲକ୍ ମଧ୍ୟ କରୋନା ଭାଇରସ୍ ରୋଗର ମୁକାବିଲା ପାଇଁ ଏକ ସମନ୍ବିତ ଆଭିମୁଖ୍ୟ ଉପରେ ଆଲୋଚନା କରିବା ପାଇଁ ଭିଡିଓ କନଫରେନ୍ସ କରିଛନ୍ତି । କରୋନା ବିଶ୍ବରେ ୩.୫ ମିଲିୟନରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିଛି । ଏହି ରୋଗ ସଂକ୍ରମଣରେ ୨୭୪୪୩୧ ଲୋକ ପ୍ରାଣ ହରାଇସାରିଲେଣି । NAM ମିଳିତ ଜାତିସଂଘ ବ୍ୟତୀତ ଦେଶର ବୃହତ ସମୂହକୁ ପ୍ରତିନିଧିତ୍ବ କରୁଥିବା ଏକ ସଂଗଠନ ଏବଂ ଏହା ମଧ୍ୟରେ ଏସିଆ, ଆଫ୍ରିକା ଏବଂ ଲାଟିନ୍ ଆମେରିକାର ୧୨୦ଟି ବିକାଶଶୀଳ ଦେଶ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.