ଭାରତ ପଟୁ କରତାରପୁର କରିଡରର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published By : Prameya-News7 Bureau | November 08, 2019 IST

ନୂଆଦିଲ୍ଲୀ ୮।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତ ପଟୁ କରତାରପୁର କରିଡରର ଉଦଘାଟନ କରିବେ । ପଞ୍ଜାବର ଡେରା ବାବା ନାନକରେ ଥିବା ପାସେଞ୍ଜର ଟର୍ମିନାଲ ବିଲଡିଂର ଉଦଘାଟନ କରିବେ ମୋଦି । ସେହିପରି ଉଦଘାଟନୀସ୍ଥଳଠାରୁ ମାତ୍ର ୩ କିଲୋମିଟର ଦୂରରେ ଏକ ସାଧାରଣ ସଭାକୁ ମଧ୍ୟ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

ସେପଟେ ଆସନ୍ତାକାଲି ପାକିସ୍ତାନ ପଟୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କରତାରପୁର କରିଡରର ଉଦଘାଟନ କରିବେ । ଏଥିପାଇଁ ପାକିସ୍ତାନ ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଅତିଥି ଭାବେ ଆମନ୍ତ୍ରଣ କରାଯାଇଛି। ଏହି ଉତ୍ସବରେ ଯୋଗ ଦେବା ପାଇଁ ଭାରତରୁ ୫୫୦ ଜଣ ସେଠାକୁ ଯିବା ଲାଗି ସ୍ଥିର ହୋଇଛି। ସେହିପରି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଓ କ୍ରିକେଟର ଟର୍ଣ୍ଣ ପଲିଟିସିଆନ ନବଜୋତ ସିଂ ସିଦ୍ଧୁଙ୍କ ନାଁ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛି ।

ତେବେ ମନମୋହନଙ୍କ ପାକିସ୍ତାନ ଗସ୍ତ ପୂର୍ବରୁ ତାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପାଇଁ ଜେଡ୍  ପ୍ଲସ୍  ସୁରକ୍ଷା ବ୍ୟବସ୍ଥାର ଆୟୋଜନ କରିବାକୁ ପାକିସ୍ତାନକୁ କୁହାଯାଇଥିଲା । କିନ୍ତୁ ପାକିସ୍ତାନ ତାଙ୍କ ପାଇଁ ଏକ ବ୍ୟାଟେରି ଚାଳିତ ଖୋଲା ଗାଡ଼ିର ବ୍ୟବସ୍ଥା କରିଛି।

କରତାରପୁର ସ୍ଥିତ ଗୁରୁଦ୍ବାରା ପର୍ଯ୍ୟନ୍ତ ଯିବା ଲାଗି ନିର୍ମିତ ୪ କିଲୋମିଟର ଦୂରର କରିଡରର ଉଦଘାଟନ ହେବ । କରତାରପୁର ସାହେବ  ପ୍ରତି ଶିଖଙ୍କ ପାଇଁ ମହାନ ପୀଠ । ଜୀବଦଶା ମଧ୍ୟରେ ଥରଟିଏ ଦର୍ଶନ କରିବା ପାଇଁ ଚାହିଁ ସବୁ ଶିଖ୍ । କାରଣ ଏହି ଗୁରୁଦ୍ବାର ହେଉଛି ବିଶ୍ବର ପ୍ରଥମ ଗୁରୁଦ୍ବାର, ଯାହାକୁ ପ୍ରତିଷ୍ଠା କରିଥିଲେ ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବ ।୧୫୨୨ ମସିହାରେ ପାକିସ୍ତାନର ନାରୁୱା ଜିଲ୍ଲାକୁ ଆସିଥିଲେ ନାନକ । ଜୀବନର ଶେଷ ସମୟ ଏଇଠି ବିତାଇଥିଲେ । ଏଇଠି ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ନାନକ ସମାଧି ନେବା ପରେ ତାଙ୍କ ଶରୀର ବିଲିନ ହୋଇଯାଇଥିଲା । କିଛି ଫୁଲ ମାତ୍ର ବଞ୍ଚିଥିଲା । ଯାହାକୁ ଶିଖ୍ ମାନେ ହିନ୍ଦୁ ରୀତିନୀତିରେ ସଂସ୍କାର କରିଥିବା ବେଳେ ମୁସଲିମ୍ ମାନେ ସମାଧି ଦେଇଥିଲା । ଯାହାର ପ୍ରମାଣ ସ୍ବରୂପ ଆଜି ମଧ୍ୟ ଡେରାବାବା ନାନକ ସାହେବ ବାହାରେ ଶୋଭା ପାଉଛି ନାନକଙ୍କ ମଜାର । ଆଉ ଭିତରେ ଶୋଭା ପାଉଛି ସମାଧି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.