ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ୪ଟି ଐତିହାସିକ ଅଟ୍ଟାଳିକାର କରିବେ ଲୋକାର୍ପଣ
12/01/2020 at 9:57 AM

କୋଲକାତା ୧୨।୧: ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ କୋଲକାତାର ପୁନରୁଦ୍ଧାର ହୋଇଥିବା ୪ଟି ଐତିହାସିକ ଅଟ୍ଟାଳିକାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବାର କାର୍ଯ୍ୟକ୍ରମ ରହିଛି। ଆଜି ବେଲଭେଡିଅର ହାଉସ, ମେଟକାଫ ହାଉସ, ଓଲ୍ଡ କରେନ୍ସି ବିଲ୍ଡିଂ ଏବଂ ଭିକ୍ଟୋରିଆ ମେମୋରିଆଲ ହଲକୁ ଲୋକାର୍ପିତ କରିବେ । ଏଥି ସହିତ କୋଲକାତା ପୋର୍ଟର ୧୫୦ତମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେବେ ମୋଦି ।
ଶନିବାର କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଦ୍ବାରା ପୁନରୁଦ୍ଧାର ହୋଇଥିବା ପୁରୁଣା କରେନ୍ସି ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ। ଏହି ଅବସରରେ ମୋଦି କହିଥିଲେ ଦେଶର ପ୍ରତିଷ୍ଠିତ ୫ଟି ସଂଗ୍ରାହଳୟକୁ ଅନ୍ତରାଷ୍ଟ୍ରୀୟ ମାନଦଣ୍ଡ ଆଧାରରେ ବିକଶିତ କରାଯିବ ଏବଂ କୋଲକତାରୁ ହିଁ ଭାରତୀୟ ସଂଗ୍ରାହଳୟର ଏହି କାର୍ଯ୍ୟ ଆରମ୍ଭ ହେବ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଐତିହାସିକ ହାୱଡା ବ୍ରିଜରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ର ଉଦଘାଟନ କରିଛନ୍ତି । ପରେ ପ୍ରଧାନମନ୍ତ୍ରୀ ବେଲୁର ମଠ ବୁଲିଥିଲେ ।