ପୁଲୱାମାରେ ଆତଙ୍କୀ ଆକ୍ରମଣ ଘଟଣା ; ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ସୁରକ୍ଷା କମିଟି ବୈଠକ

Published By : Prameya-News7 Bureau | February 15, 2019 IST

ନୂଆଦିଲ୍ଲୀ ୧୫|୨:  ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ ନେଇ ଆଜି କ୍ୟାବିନେଟ୍ ସୁରକ୍ଷା କମିଟି ବୈଠକ ବସିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କିଛି ସମୟ ପରେ ଏହି ବୈଠକ ବସିବ ।

ସେପଟେ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ଜମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ସହିତ କଥା ହୋଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ । ସ୍ଥିତି ସମୀକ୍ଷା ପାଇଁ ଆଜି ଶ୍ରୀନଗର ଯିବେ ରାଜନାଥ ସିଂହ । ତାଙ୍କ ସହିତ ଡିରେକ୍ଟର ଜେନେରାଲ ରାଏ ଭଟ୍ଟନାଗର ମଧ୍ୟ ଶ୍ରୀନଗର ଯିବେ । ଏଥି ସହିତ ଜମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ମଧ୍ୟ ଶ୍ରୀନଗର ଯିବେ ।

ଅନ୍ୟପଟେ ବିସ୍ଫୋରଣ ସ୍ଥଳକୁ ଏନ.ଆଇ.ଏ.ର ମଧ୍ୟ ୧୨ ଜଣିଆ ଦଳ ଯାଇ ତଦନ୍ତ କରିବ । ଆଇଜି ପାହ୍ୟାର ଅଧିକାରୀଙ୍କ ନେତୃତ୍ବରେ ଦଳ ପୁଲୱାମାରେ ଘଟଣାସ୍ଥଳକୁ ଯିବ । ଜାତୀୟ ସୁରକ୍ଷା ପରମର୍ଶଦାତା ଅଜିତ ଡୋଭାଲ୍ ମଧ୍ୟ କାଶ୍ମୀର ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି । ସିଆରପିଏଫର ବରିଷ୍ଠ ଅଧିକାରୀଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.