Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ଏପ୍ରିଲ ୧୧ରେ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ, ଲକ୍ଡାଉନ୍ ନେଇ ହୋଇପାରେ ବଡ ନିଷ୍ପତ୍ତି

8/04/2020 at 8:28 PM

ନୂଆଦିଲ୍ଲୀ ୦୮।୦୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୧୧ରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କଠୁ ସେମାନଙ୍କ ରାଜ୍ୟର ଲକ୍‌ଡାଉନ୍‌ ସ୍ଥିତି ପଚାରି ବୁଝିବେ। ଏହା ସହିତ ଲକ୍‌ଡାଉନ୍‌ ଅବଧି ବଢିବ କି ନାହିଁ ସେ ସମ୍ବନ୍ଧରେ ନିର୍ଦ୍ଦେଶ ମଧ୍ୟ ଦେଇ ପାରନ୍ତି। ଉଲ୍ଲେଖଯୋଗ୍ୟ କରୋନା  ଭାଇରସ୍ ସଂକ୍ରମଣ ରୋକିବାକୁ ପୂରା ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଜାରି ହୋଇଛି। ଏହାର ଅବଧି ଏପ୍ରିଲ ୧୪ରେ ଶେଷ ହେବାକୁ ଯାଉଛି।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ସଂସଦରେ ପ୍ରତିନିଧିତ୍ଵ କରୁଥିବା ରାଜନୈତିକ ପାର୍ଟିର ନେତାଙ୍କ ସହିତ  ସର୍ବଦଳୀୟ ବୈଠକରେ ଲକଡାଉନ ପ୍ରସଙ୍ଗରେ ଆଲୋଚନା କରି ଏପ୍ରିଲ ୧୪ ପରେ ଲକ୍‌ଡାଉନ୍‌ ଏକ ସଙ୍ଗେ ଉଠିବ ନାହିଁ ବୋଲି ସଙ୍କେତ ଦେଇଥିଲେ।  ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି  ବୈଠକ ଆୟୋଜିତ ହୋଇଛି। ଏଥିରେ ପ୍ରାୟତଃ ସମସ୍ତ ବିରୋଧୀ ଦଳର ନେତା ଯୋଗ ଦେଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ବୈଠକରେ ପ୍ରାୟତଃ ସବୁ ବିରୋଧୀ ଦଳର ନେତା ସାମିଲ ହୋଇ ନିଜ ନିଜର ମତ ରଖିଛନ୍ତି। ଏହି ବୈଠକରେ ସରକାର ଦ୍ଵାରା କରୋନା ସଙ୍କଟର ମୁକାବିଲା ପାଇଁ ପଦକ୍ଷେପ ବିଷୟରେ ସୂଚନା ଦେବା ସହ ନେତାଙ୍କଠୁ ରାୟ ମାଗିଛନ୍ତି। ଏହି ସମୟରେ କିଛି ନେତା ଆଂଶିକ ଭାବେ ଲକ୍‌ଡାଉନ୍‌ ହଟାଇବାକୁ ଦାବି ରଖିଥିଲେ। ଏବେ ୧୧ ତାରିଖରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାରେ ଲକ୍‌ଡାଉନ୍‌ ନେଇ ବଡ ନିଷ୍ପତ୍ତି ହୋଇପାରେ।

ବୈଠକ ପରେ ବିଜେଡି ନେତା ପିନାକି ମିଶ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆମକୁ କହିଛନ୍ତି ଯେ, କରୋନା ପରେ ଜୀବନ ପୂର୍ବପରି ଆଉ ରହିବ ନାହିଁ। ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଏପ୍ରିଲ ୧୪ ପରେ ଏକ ସଙ୍ଗେ ଲକ୍‌ଡାଉନ୍‌ ଉଠିବ ନାହିଁ।

ଏହି ବୈଠକରେ କଂଗ୍ରେସର ଗୁଲାମ ନବି ଆଜାଦ, ଟିଏମସିର ସୁଦୀପ ବନ୍ଦୋପାଧ୍ୟାୟ, ଶିବସେନାର ସଞ୍ଜୟ ରାଉତ, ବିଜେଡିର ପିନାକି ମିଶ୍ର, ଏନସିପିର ଶରଦ ପାଓ୍ଵାର, ଏସପିର ରାମଗୋପାଲ ଯାଦବ, ଶିରୋମଣି ଅକାଳି ଦଳର ସୁଖବୀର ସିଂହ ବାଦଲ, ବିଏସପିର ସତିଶ ଚନ୍ଦ୍ର ମିଶ୍ର, ଓ୍ଵାଇଏସଆର କଂଗ୍ରେସର ବିଜୟ ସାଇ ରେଡ୍ଡ ଓ ମିଥୁନ ରେଡ୍ଡୀ, ଜେଡିୟୁର ରାଜୀବ ରଞ୍ଜନ ସିଂହ ସମେତ ଅନେକ ନେତା ଭାଗ ନେଇଥିଲେ।

   Related Posts