Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

‘ଅମ୍ଫାନ’ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ, ପ୍ରସ୍ତୁତି ଓ ରଣନୀତି ଉପରେ ହେଲା ଆଲୋଚନା

18/05/2020 at 5:13 PM

ନୂଆଦିଲ୍ଲୀ ୧୮।୦୫: ସମୁଦ୍ର ଭିତରେ ସୁପର ସାଇକ୍ଲୋନରେ ପରିଣତ ହୋଇଛି ଅମ୍ଫାନ । ଯାହାର ପ୍ରଭାବରେ ଆଜି ସନ୍ଧ୍ୟାରୁ ରାଜ୍ୟରେ ବର୍ଷା ହେବ । ମହାବାତ୍ୟା ଅମ୍ଫାନ ପ୍ରଭାବ ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାରେ ପଡ଼ିବ ବୋଲି ସ୍ଵତନ୍ତ୍ର ରିଲିଫ କମିଶନର କହିଛନ୍ତି। ଏହା ମଧ୍ୟରେ ବାତ୍ୟା ଅମ୍ଫାନର ମୁକାବିଲା ପାଇଁ ପ୍ରସ୍ତୁତି ଓ ରଣନୀତି ଉପରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଏହି ବୈଠକରେ ଗୃହ ମନ୍ତ୍ରଣାଳୟ ଓ ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି(NDMA)ର ଉଚ୍ଚପଦସ୍ଥ ଅଧିକାରୀ ସାମିଲ। ବୈଠକରେ ଗୃହମନ୍ତ୍ରୀ ଅମିତ୍ ଶାହା ମଧ୍ୟ ଉପସ୍ଥିତ ଥିଲେ।

ବୈଠକରେ ସାମୁଦ୍ରିକ ବ୍ୟାତ୍ୟା ଅମ୍ଫାନର ପ୍ରସ୍ତୁତି ଓ ଏହାର ପ୍ରଭାବକୁ ଆକଳନ କରାଯାଇ ବିଚାର କରାଯାଇଛି। ରିଲିଫ ଓ ଉଦ୍ଧାରକାର୍ଯ୍ୟ ପାଇଁ ବିସ୍ତୃତ ରଣନୀତି ଉପରେ ଆଲୋଚନା ହୋଇଛି।

ବାତ୍ୟା ଅମ୍ଫାନ ପ୍ରଭାବରେ ୧୯ ଏବଂ ୨୦ ତାରିଖରୁ ଉପକୂଳ ଓଡ଼ିଶାରେ ବର୍ଷା ବଢ଼ିବ । ସେହିପରି ୨୦ ତାରିଖରେ ପବନର ବେଗ ବଢ଼ିବ । ୨୦ ତାରିଖରେ  ଘଣ୍ଟାପ୍ରତିପବନର ବେଗ ୧୧୦ରୁ ୧୨୦ କିଲୋମିଟର ରହିବା ସମ୍ଭାବନା । ଉତ୍ତର ଓ ଉପକୂଳ ଓଡ଼ିଶାର ଜଗତସିଂହପୁର, ଯାଜପୁର, ମୟୁରଭଞ୍ଜ, ପାରାଦୀପ, ଧାମରା, ଭିତରକନିକା, ବାଲେଶ୍ଵରରେ  ବାତ୍ୟା ପ୍ରଭାବ ଅଧିକ ରହିବ ।

ମହାବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆଜିଠାରୁ ପ୍ରଭାବିତ ଅଞ୍ଚଳର ପ୍ରାୟ ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ସ୍ଥାନାନ୍ତର ନେଇ ଜିଲ୍ଲାପାଳ ମାନଙ୍କୁ ମଧ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯିବା ସହିତ ମୋଟରଚାଳିତ ଡଙ୍ଗା, ଟ୍ରଲର ବାନ୍ଧି ରଖିବା ପାଇଁ ପରାମର୍ଶ ଦିଆଯାଇଛି । ଶକ୍ତି, ପୂର୍ତ୍ତ ଏବଂ ଜଙ୍ଗଲ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମହାବାତ୍ୟାର ମୁକାବିଲା ତଥା ଉଦ୍ଧାର କାର୍ଯ୍ୟ ପାଇଁ ଉପକୂଳ ଅଞ୍ଚଳରେ ଉଭୟ NDRF ଏବଂ ODRAF ଟିମ୍ ମୁତୟନ କରାଯାଇଛି। କଚ୍ଚା ଘରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଇଛନ୍ତି SRC । ଜରୁରୀ କାଗଜପତ୍ର, ସାର୍ଟିଫିକେଟ୍ ନିଜ ସହ ନେଇ ଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

   Related Posts