Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି : କରୋନା ସଙ୍କଟ ନା ଚୀନ୍ ବିବାଦ, କ’ଣ ରହିବ ପ୍ରସଙ୍ଗ ?

30/06/2020 at 7:36 AM

ନୂଆଦିଲ୍ଲୀ ୩୦।୬: ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଉଦବୋଧନ ଦେବେ ବୋଲି ପିଏମଓ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି । 

ଦିନକୁ ଦିନକୁ ଦେଶରେ କରୋନା ସଂକ୍ରମଣ ବଢିଚାଲିଛି । ସ୍ବାରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଅନଲକ୍-୨ ପାଇଁ ଗାଇଡ୍ ଲାଇନ୍ ଜାରି କରାଯାଇଛି । ଅନଲକ୍-୧ ଶେଷ ହେବାକୁ ଯାଉଛି । ଜୁଲାଇ ୧ରୁ ୩୧ ଯାଏଁ କେବଳ କଣ୍ଟେନମେଣ୍ଟ ଜୋନ୍ ରେ ଲକ୍ ଡାଉନ୍ ପାଳନ କରାଯିବ । ଅନଲକ୍-୨ ଗାଇଡ୍ ଲାଇନ୍ ଅନୁସାରେ  ଜୁଲାଇ ୩୧ ଯାଏଁ ସ୍କୁଲ, କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ବିଦେଶ ଯାତ୍ରା କରିବାକୁ ଚାହୁଁଥିବା ବିମାନଯାତ୍ରୀ, ମେଟ୍ରୋ ରେଲ୍, ସିନେମା ହଲ୍, ଜିମ୍, ସୁଇମିଂ ପୁଲ୍, ଏଣ୍ଟରଟେନମେଣ୍ଟ ପାର୍କ, ଥିଏଟର, ବାର୍, ଅଡିଟୋରିଅମ୍, ଆସେମ୍ବ୍ଲି ହଲ୍ ସବୁ କିଛି ବନ୍ଦ ରହିବ ।

ସେହିଭଳି ସାମାଜିକ, ରାଜନୈତିକ, କ୍ରୀଡା, ଏଣ୍ଟରଟେନମେଣ୍ଟ, ଶିକ୍ଷାଗତ, ସାଂସ୍କୃତିକ, ଧାର୍ମିକ ସଭା ବା ଉତ୍ସବ ଜୁଲାଇ ୩୧ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ତେବେ ଅନଲକ୍-୨ରେ ନାଇଟ୍ କର୍ଫ୍ୟୁ କ୍ଷେତ୍ରରେ କିଛିଟା କୋହଳ କରାଯାଇଛି । ଅନଲକ୍ ୱାନରେ ରାତି ୯ରୁ ସକାଳ ୫ ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ଅନଲକ୍-୨ରେ ରାତି ୧୦ରୁ ଭୋର୍ ୫ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯାଇଛି । ତେଣୁ ଏସବୁ ଭିତରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କ’ଣ ସବୁ କହିବେ, ତା’ ଉପରେ ସମସ୍ତଙ୍କ ନଜର ରହିଛି ।

ସୋମବାର ଭାରତ ସରକାର ଚାଇନା ବିବାଦକୁ ଦୃଷ୍ଟିରେ ରଖି ଟିକଟକ ସହ ୫୯ଟି ଚାଇନିଜ ଆପକୁ ବ୍ୟାନ୍ କରିଛନ୍ତି । କୁହାଯାଉଛି, ଚାଇନା ବିବାଦ ସମ୍ପର୍କରେ ମୋଦି ବଡ ଘୋଷଣା କରିପାରନ୍ତି । ହେଲେ ପିଏମଓ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନି ।

   Related Posts