ଆଜି ସକାଳ ୧୦ଟାରେ ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ, ଲକ୍ ଡାଉନ୍ 2.0 ନେଇ କରିପାରନ୍ତି ଘୋଷଣା

Published By : Prameya-News7 Bureau | April 14, 2020 IST

ନୂଆଦିଲ୍ଲୀ ୧୪।୪: କରୋନା ବିରୋଧରେ ଲଢେଇ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ସକାଳ ୧୦ଟାରେ ପୁଣି ଥରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ୨୧ ଦିନିଆ ଲକ୍ ଡାଉନ୍ ଅପ୍ରେଲ ୧୪ ତାରିଖ ମଙ୍ଗଳବାର ଶେଷ ହେଉଛି ।

{"id":253821,"sizeSlug":"large"}

ଏଭଳି ପରିସ୍ଥିତିରେ ସମଗ୍ର ଦେଶର ନଜର ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ ଉପରେ ରହିଛି । ଆଶା କରାଯାଉଛି ଯେ ଲକ୍ ଡାଉନରେ କୌଣସି ଛାଡ ମିଳିବ କି ନାହିଁ, କିନ୍ତୁ ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଆଉ କେତେ ଦିନ ଲକ୍ ଡାଉନ୍ ବଢାଇବେ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

{"id":253823,"width":576,"height":426,"sizeSlug":"large"}

ସୂଚନାଯୋଗ୍ୟ ଯେ, କରୋନା ଭାଇରସ୍ ନେଇ ୨୬ ଦିନ ମଧ୍ୟରେ ଚତୁର୍ଥ ଥର ପାଇଁ ଦେଶକୁ ସମ୍ବୋଧିତ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଭଳି ସ୍ଥିତିରେ ଏହା ଆଶା କରାଯାଇଛି ଯେ ଲକ୍ ଡାଉନ୍ କୁ ଆସନ୍ତା ୧୫ଦିନ ପାଇଁ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ । ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ବୈଠକରେ ପ୍ରଧାନମନ୍ତ୍ରୀ ଏ ନେଇ ସଙ୍କେତ ଦେଇସାରିଛନ୍ତି ।

{"id":253820,"sizeSlug":"large"}

ଅନ୍ୟପଟେ ୮ ଟି ରାଜ୍ୟ କେନ୍ଦ୍ରର ନିର୍ଦ୍ଦେଶକୁ ଅପେକ୍ଷା ନକରି ଅପ୍ରେଲ ୩୦ ପର୍ଯ୍ୟନ୍ତ ଲକ୍ ଡାଉନ୍ ଅବଧି ବଢାଇ ସାରିଛନ୍ତି । ଏଥିରେ ଓଡିଶା, ପଞ୍ଜାବ, ମହାରାଷ୍ଟ୍ର, ତେଲେଙ୍ଗାନା, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ରାଜସ୍ଥାନ ଏବଂ ତାମିଲନାଡୁ ରାଜ୍ୟ ସାମିଲ୍ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.