Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଆଲୋକ ଜାଳି କରୋନା ଅନ୍ଧକାରକୁ ପରାଜିତ କରିବା : ୫ତାରିଖ ରାତି ୯ଟାରେ ୯ମିନିଟ୍‌ ପାଇଁ ମା’ ଭାରତୀଙ୍କୁ ସ୍ମରଣ କରନ୍ତୁ

3/04/2020 at 9:01 AM

ନୂଆଦିଲ୍ଲୀ ୦୩।୦୪:  ପ୍ରଧାମନ୍ତ୍ରୀଙ୍କ ରାମବାଣ । କରୋନାର ଅନ୍ଧାକାରକୁ  ପ୍ରକାଶର ଆଲୋକରେ ଦୂରେଇ ଦେବା । ଏହି ଆହ୍ୱାନ ସହ ଦେଶବାସୀଙ୍କୁ ଆଉ ମାତ୍ର ୯ମିନିଟ ମାଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପ୍ରେଲ ୫ତାରିଖ ରାତି ୯ଟା ସମୟରେ ମାତ୍ର ୯ମିନିଟ୍‌ ଦେବା ପାଇଁ ସେ କହିଛନ୍ତି । ଏହି ୯ମିନିଟରେ ପ୍ରତ୍ୟେକ ଭାରତୀୟ ଘରକୁ ଅନ୍ଧକାର ରଖି ଘର ଦ୍ୱାରରେ ଆଲୋକ ଜାଳିବେ । ଏବଂ ମନ ମଧ୍ୟରେ ମା ଭାରତୀଙ୍କୁ ୯ମିନିଟ୍ ସ୍ମରଣ କରିବେ । ପ୍ରକାଶର ଆଲୋକରେ କରୋନାର ଅନ୍ଧକାରକୁ ହରାଇବା ପାଇଁ ଏପରି ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ କରୋନା ଭାଇରସର ମୁକାବିଲା ଅଭିଯାନରେ ଦେଶବାସୀଙ୍କ ସହଯୋଗ , ସାହାର୍ଯ୍ୟ ଏବଂ ସମର୍ଥନକୁ ଉଚ୍ଚ ପ୍ରଶଂସା ସହ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।    

ଶୁକ୍ରବାର ସକାଳ ୯ଟା ବେଳେ ଏକ ସଂକ୍ଷିପ୍ତ ଉଦ୍‌ବୋଧନରେ ଭୟଙ୍କର କରୋନା ଭାଇରସ୍‌ର ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଛନ୍ତି ଏକ ନୂଆ ମନ୍ତ୍ର । କରୋନାର ଅନ୍ଧକାରକୁ ଏକତାର ଆଲୋକରେ ହରାଇଦେବାର ମହାନ ସୁତ୍ର । ସାରାଦେଶ ଏହି ଶୁତ୍ରକୁ ପାଳିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି । ୫ତାରିଖ ରାତି ୯ଟାରେ ଘରର ସବୁ ଆଲୋକ ଲିଭାଇଦେଇ ଘରର ଦ୍ୱାର ମୁହଁରେ ବା ଦରଜା ନିକଟରେ ଦ୍ୱୀପ , ମହମବତୀ ଜାଳିବାକୁ ପରାମର୍ଶ ଦେଇଛନ୍ତି । ଏପରିକି ଟର୍ଚ୍ଚର ଆଲୋକ ଏବଂ ମୋବାଇଲର ଫ୍ଲାସ ଲାଇଟ ଜଳାଇରଖିପାରିବେ । ଏହି ନିୟମ ପାଳନ ବେଳେ ସାମାଜିକ ଦୂରତକୁ ବଜାୟ ରଖି ଏକାକି ବସି ମା ଭାରତୀଙ୍କୁ ସ୍ମରଣ କରିବେ । ଏହି ଆଲୋକ ଏବଂ ଆଧ୍ୟାତ୍ମିକ ଶକ୍ତି ପ୍ରକାଶର ଆଲୋକକୁ ଅଧିକ ପ୍ରଜୋଳିତ କରିବ । ଏବଂ କରୋନା ଅନ୍ଧକାର ଦୂରେଇ ଯିବ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତ ଭାରତୀୟଙ୍କୁ କୋଭିଡ଼-୧୯ ଲକ୍‌ଡାଉନ୍‌ ପାଳନରେ ସହଯୋଗ ଲାଗି ଧନ୍ୟବାଦ ଜଣାଇଛନ୍ତି । ଦେଶବାସୀ ଏକ ଅଦ୍ଭୂତପୂର୍ବ ଶୃଙ୍ଖଳା ଏବଂ ସେବା ମନୋଭାବର ପରିଚୟ ଦେଇଥିବାରୁ ସେ କହିଛନ୍ତି। କରୋନା ମହାମାରୀ ବିରୁଦ୍ଧରେ ଲକ୍‌ଡାଉନ୍‌ର ୯ଦିନରେ ଦେଶବାସୀଙ୍କୁ ସେମାନଙ୍କ ସହଯୋଗ ଲାଗି ଏହି ଧନ୍ୟବାଦ ଦେଇଛନ୍ତି । ଏହା ସହ ଲକ୍‌ଡାଉନ୍‌ରେ ଜନତା ଭୋଗୁଥିବା ସମସ୍ୟା ନେଇ ମତ ରଖି କହିଛନ୍ତି “ ମୋ ବିବେକ କହୁଛି, ମୋତେ କ୍ଷମା କରିଦେବେ ” ସୂଚନାଯୋଗ୍ୟ ଯେ, ଗତ ୧୪ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହା ଦେଶବାସୀଙ୍କ ପାଇଁ ତୃତୀୟ ଉଦ୍‌ବୋଧନ । ଯାହାକି କରୋନା ମୁକାବିଲା ସମ୍ପର୍କିତ । ମାର୍ଚ୍ଚ ୧୯ତାରିଖ ରାତି ୮ଟା ବେଳେ ଦେଶ ଉଦ୍ଦ୍ୟେଶରେ ଉଦ୍‌ବୋଧନ ଦେଇ ଜନତା କଫ୍ୟୁ (ମାର୍ଚ୍ଚ ୨୨) ପାଇଁ ଆହ୍ନାନ କରିଥିଲେ ପ୍ରଧାନମନ୍ତ୍ରୀ । ଏହାପରେ ମାର୍ଚ୍ଚ ୨୪ତାରିଖ ରାତି ୮ଟାରେ ୨୧ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଥିଲେ । ଆଜି, ଏପ୍ରିଲ୍‌ ୩ସକାଳ ୯ଟାରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ମାଗିଛନ୍ତି ମାତ୍ର ୯ମିନିଟ୍ । ସେ କହିଛନ୍ତି ଆମେ କେହି ଏକାକୀ ନୁହଁନ୍ତି । ୧୩୦କୋଟି ଭାରତୀୟଙ୍କର ଶକ୍ତି ଆମେ ପ୍ରତ୍ୟେକଙ୍କ ସହ ରହିଛି । ଆମକୁ କରୋନା ଭାଇରସ ସୃଷ୍ଟି କରିଥିବା ଅନ୍ଧକାରକୁ ଦୂରେଇ ପ୍ରକାଶର ଆଲୋକ ଆଡକୁ ଅଗ୍ରସର ହେବାକୁ ପଡିବ ।

   Related Posts