Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ପ୍ରଧାନମନ୍ତ୍ରୀ ମୋଦି ସେୟାର କଲେ ‘ସଙ୍ଗୀତ ସେତୁ’ ଭିଡିଓ : ଆଶା ଭୋଁସଲେଙ୍କ ଠାରୁ କୈଳାସ ଖେର କିଣିନେଲେ ମନ

11/04/2020 at 4:39 PM

ନୂଆଦିଲ୍ଲୀ ୧୧/୦୪ : ବର୍ତ୍ତମାନ ପୁରା ଦେଶ କରୋନା ମହାମାରୀ ସହ ଯୁଦ୍ଧ କରୁଛି | ଜୀବନ ରକ୍ଷା ପାଇଁ ଦେଶକୁ ୨୧ ଦିନ ପାଇଁ ଲକଡାଉନ କରାଯାଇଛି | ଏହି ସଙ୍କଟ ସମୟରେ ସମସ୍ତେ ନିଜ ନିଜ ଉପାୟରେ ଦେଶକୁ ସାହାଯ୍ୟ କରୁଛନ୍ତି | ଇତି ମଧ୍ୟରେ ଭାରତୀୟ ସଙ୍ଗୀତ ଅଧିକାର ସଙ୍ଘ (ଆଇଏସଆରଏ) ଦ୍ୱାରା ଆଭାସୀ ସଙ୍ଗୀତ କାର୍ଯ୍ୟକ୍ରମ “ସଙ୍ଗୀତ ସେତୁ” ର ଏକ ସିରିଜ ଘୋଷଣା କରାଯାଇଛି | ଏହି କାର୍ଯ୍ୟକ୍ରମ ଏପ୍ରିଲ ୧୦, ୧୧ ଓ ୧୨ ତାରିଖ ରାତି ୮ଟା ରୁ ୯ଟା ମଧ୍ୟରେ ଆୟୋଜିତ କରାଯିବ | ଏପ୍ରିଲ ୧୦ ତାରିଖରେ ପ୍ରଥମ କାର୍ଯ୍ୟକ୍ରମ ସମ୍ପନ୍ନ ହଇଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହି ଭିଡିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି |

ମୋଦି ଟ୍ୱିଟ କରି କହିଛନ୍ତି, ” ଆଜି ସଙ୍ଗୀତ ସେତୁର ପ୍ରଥମ ଦିନ | ଏହିଭଳି ଉତ୍ତମ ପ୍ରଦର୍ଶନ ଦେଖି ଆପଣମାନଙ୍କୁ ଖୁସି ମିଳିବ | ଯଦି ଆପଣମାନେ ଚାହୁଁଛନ୍ତି ତାହେଲେ ଆସନ୍ତାକାଲି ଓ ପହରଦିନ ଏହି କାର୍ଯ୍ୟକ୍ରମ ଦେଖି ପାରିବେ | ସେ ଭିଡିଓର ୟୁଟ୍ୟୁବ ଲିଙ୍କ ମଧ୍ୟ ସେୟାର କରିଛନ୍ତି |” ମୋଦିଙ୍କ ଏହି ଟ୍ୱିଟରେ ଜଣେ ୟୁଜର ଲେଖିଛନ୍ତି, ‘କରୋନାକୁ ହରାଇବା ପାଇଁ ଭାରତ ପ୍ରତିଜ୍ଞା ନେଇଛି | ପ୍ରତ୍ୟେକ ଗାଁ ପ୍ରତ୍ୟେକ ସହରକୁ ମୋର୍ଚ୍ଚା କରିବାର ଅଛି |’

ଭିଡିଓରେ ପ୍ରଥମେ ବରିଷ୍ଠ ଗାୟିକା ଆଶା ଭୋଁସଲେ ଆରମ୍ଭ କରିଛନ୍ତି | ସେ କହୁଛନ୍ତି ଯେ, ବହୁତ ଦିନ ହେଲା ଆପଣମାନେ ଘରେ ବୋର ହେଉଛନ୍ତି ନ | ଆମେ ଆସୁଛୁ ଆପଣଙ୍କ ଘରକୁ, ଚା ପିଇବାକୁ ଦେବେ ତ ? ଏହାପରେ ସେ ଜାତୀୟ ସଙ୍ଗୀତ ଗାଇ ଆରମ୍ଭ କରିଛନ୍ତି |

ଏହାପରେ ଅଭିନେତା ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିଛି | ସେ ଗୀଟାର ବଜାଇ ‘କ୍ୟା ଶମା ଥା’ ଗୀତର ସ୍ୱର ବଜାଉଥିବା ନଜର ଆସିଛନ୍ତି | କରୋନା ସହ ଲଢ଼ୁଥିବା ସମସ୍ତ ଯୋଦ୍ଧାଙ୍କୁ ସେ ନମସ୍କାର ଜଣାଇଛନ୍ତି | ଏହାପରେ ସେ ସଙ୍ଗୀତ ସେତୁ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ ଜଣାଇଛନ୍ତି | ସେ ଏକ କାହାଣୀ ଶୁଣାଇଛନ୍ତି | ସେ କହିଛନ୍ତି ଆପଣମାନେ ପିଲାବେଳେ ନିଶ୍ଚୟ ଏହି କାହାଣୀ ଶୁଣିଥିବେ ଯେ, କାଠ ଯେତେବେଳେ ଏକାଠି ବିଡା ବନ୍ଧା ହୋଇଥାଏ ତାକୁ କେହି ମଧ୍ୟ ଭାଙ୍ଗି ପାରନ୍ତିନି କିନ୍ତୁ ଅଲଗା ଅଲଗା ଥିଲେ ତାକୁ ଯିଏ ହେଲେ ବହୁତ ସହଜରେ ଭାଙ୍ଗି ପାରିବ | ଠିକ ସେହିଭଳି ଆମେ ପୁରା ଦେଶକୁ ସଙ୍ଗୀତ ତାର ସହ ଯୋଡିବାକୁ ଅଶିଚୁ | ଦେଶବାସୀ ବର୍ତ୍ତମାନ ଲକଡାଉନରେ ଅଛନ୍ତି |
ନିଜର ମନ ପସନ୍ଦ ଗାୟକଙ୍କୁ ଦେଖିବାକୁ ଆପଣମାନଙ୍କୁ ଭଲ ଲାଗିବ ଏବଂ ତାଠାରୁ ଅଧିକ ଭଲ ଲାଗିବ ଦେଶ ପାଇଁ କିଛି ଦାନ କଲେ | ଟଙ୍କାଟିଏ ବି ହେଉନା କାହିଁକି ଦାନ କଲେ ଖୁସି ଲାଗିବ | ଏହାପରେ ସେ ସମସ୍ତଙ୍କର ମନପସନ୍ଦ ସୁଫି ଗାୟକ କୈଲାସ ଖେରଙ୍କୁ ନିମନ୍ତ୍ରଣ କରିଛନ୍ତି |

କୈଳାସ ଖେର ନିଜର ଚର୍ଚ୍ଚିତ ଗୀତ ‘କୌନ ହେ କୌନ ହେ ୱ’…ଗୀତ ଗାଇଛନ୍ତି | ଏହି ଗୀତ ଫିଲ୍ମ ବାହୁବଳୀର | ଏହାପରେ ସେ ପୁଣି ‘କୈସୀ ହେ ୟେ ଅନହୋନି’ ଗାଇଛନ୍ତି |

ଏହାପରେ ଭଜନ ସମ୍ରାଟ ଅନୁପ ଜଲୋଟା ଆସିଛନ୍ତି | ସେ ‘ଐସୀ ଲାଗି ଲଗନ’ ଗାଇଛନ୍ତି | ଏହାପରେ ସେ ଗାଇଛନ୍ତି ‘ଚାନ୍ଦ ଅଙ୍ଗଡାଇ ଲେ ରାହା ହେ’ |

ଏହାପରେ ଅକ୍ଷୟ କୁମାର, ଗାୟକ ସୁଦେଶ ଭୋଁସଲେଙ୍କୁ ସାମିଲ ହେବା ପାଇଁ କହିଛନ୍ତି | ସେ ‘ସାବା ସାବା ମାହିୟା’ ରୁ ଆରମ୍ଭ କରି ‘ଜହାଁ ଡାଲ ଡାଲ ପର’ ଗାଇଛନ୍ତି | ଏହାପରେ ଲୋକପ୍ରିୟ ଗାୟିକା ଅଲକା ୟାଗ୍ନିକ ଆସିଛନ୍ତି | ସେ ‘ତୁମସେ ମିଲନା ବାତେ କରନା’, ‘ଏକ ଦୋ ତିନ’ ଭଳି ସୁପରହିଟ ଗୀତ ଗାଇଛନ୍ତି | ଏହାପରେ ଗାୟକ ସଲିମ ‘ଅଲ୍ଲୀ ମୌଲା’ ଭଳି ସାନଦର ଗୀତ ଗାଇଛନ୍ତି |

   Related Posts