କରୋନା ମୁକାବିଲା ଲାଗି ପ୍ରତିଷ୍ଠା ହେଲା ପ୍ରଧାନମନ୍ତ୍ରୀଙ୍କ ‘କେୟାର ଫଣ୍ଡ’, ୫୦୦ କୋଟିର ସହାୟତା ଘୋଷଣା କଲେ ଟାଟା
28/03/2020 at 6:06 PM

ମୁମ୍ବାଇ/ନୂଆଦିଲ୍ଲୀ ୨୮।୩ : କରୋନା ସଂକ୍ରମଣ ଭାରତକୁ ଆସିବା ପରେ ଦ୍ରୁତ ପ୍ରସାରିତ ହେଉଛି। ଏଥିରେ ସଂକ୍ରମଣକୁ ରୋକିବା ଲାଗି ଭାରତ ସରକାର ସାମାଜିକ ଦୂରତା ଲାଗି ଦେଶକୁ ୨୧ ଦିନିଆ ଲକଡାଉନରେ ରଖିଛନ୍ତି। ତେବେ ପ୍ରତି ଦିନ ମିଳୁଥିବା ରିପୋର୍ଟରୁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ପରିସ୍ଥିତିର ମୁକାବିଲା ଲାଗି କର୍ପୋରେଟ ଓ ଅନ୍ୟ କ୍ଷେତ୍ରର ଲୋକେ ଏବେ ସରକାରଙ୍କୁ ସହଯୋଗର ହାତ ବଢାଇଛନ୍ତି।
The PM-CARES Fund accepts micro-donations too. It will strengthen disaster management capacities and encourage research on protecting citizens.
— Narendra Modi (@narendramodi) March 28, 2020
Let us leave no stone unturned to make India healthier and more prosperous for our future generations. pic.twitter.com/BVm7q19R52
କରୋନା ବିରୋଧରେ ସଂଗ୍ରାମ ଲାଗି ପ୍ରଧାନମନ୍ତ୍ରୀ ପିଏମ କେୟାର୍ସ ଫଣ୍ଡ ସ୍ଥାପନା କରିଛନ୍ତି। ଏହି ପାଣ୍ଠିକୁ ବଲିଉଡ ଅଭିନେତା ଅକ୍ଷୟ କୁମାର ୨୫ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଦେଶର ଏହି ସଂକଟ ଜନକ କ୍ଷଣରେ ଯିଏ ଚାହିଁବେ ଯାହାବି ଦାନ କରିପାରିବେ ବୋଲି ଉଲ୍ଲେଖ କରିଛନ୍ତି। ଏଥିରୁ ପ୍ରାପ୍ତ ଅର୍ଥ ସେହିମାନଙ୍କ ଲାଗି ବ୍ୟହ ହେବ ଯେଉଁମାନେ ଏଥିଯୋଗୁ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ଏଥିରେ ସହାୟତା କରୁଥିବା ଲୋକଙ୍କ ଲାଗି ସର୍ବନିମ୍ନ କି ସର୍ବାଧିକ ବୋଲି କିଛି ନାହିଁ ବୋଲି ଲେଖିଛନ୍ତି ପ୍ରଧାନମନ୍ତ୍ରୀ।

ଏହି କ୍ରମରେ ଦେଶର ପ୍ରମୁଖ ଉଦ୍ୟୋଗ ଟାଟା କରୋନା ମୁକାବିଲା ଲାଗି ୫୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଟାଟା ଟ୍ରଷ୍ଟମୁଖ୍ୟ ରତନ ଟାଟା ଏକ ବିବୃତ୍ତିରେ କରୋନା ମୁକାବିଲା ଲାଗି ଟାଟା ସମୂହ ଯଥା ଟାଟା ସନ୍ସ କମ୍ପାନୀ ଓ ଟାଟା ଟ୍ରଷ୍ଟ ସଂକଟର ଏହି କ୍ଷଣରେ ୫୦୦ କୋଟି ଟଙ୍କାର ସହାୟତା ଘୋଷଣା କରୁଛୁ ବୋଲି କହିଛନ୍ତି। ଏହି ଅର୍ଥକୁ ଚିକିତ୍ସା କର୍ମୀ ଓ ସ୍ୱାସ୍ଥ୍ୟ ସେବା ସହ ଜଡିତ କର୍ମଚାରୀ, ପ୍ରଭାବିତ ଲୋକେ, ଚିକିତ୍ସା ଉପକରଣ ଏବଂ ଯାଞ୍ଚ କିଟ୍ କ୍ରୟ, ଆକ୍ରାନ୍ତଙ୍କ ଲାଗି ହସ୍ପିଟାଲ ଓ ଜନସଚେତନା ଲାଗି କରାଯିବ ବୋଲି ଟାଟା କହିଛନ୍ତି।

ସେହିପରି ଫିଲ୍ମ ଉଦ୍ୟୋଗ ସହ ଜଡିତ ଲୋକେ ମଧ୍ୟ ସହାୟତା ଲାଗି ଆଗେଇ ଆସିଛନ୍ତି। ଏହିକ୍ରମରେ ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର ମହେସ ବାବୁ ଲକ୍ ଡାଉନ ଯୋଗୁ କାମ ଧନ୍ଦା ହରାଇଥିବା ଶ୍ରମିକଙ୍କ ଲାଗି ତେଲଗୁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ସେହିପରି ଅନ୍ୟତମ ଲୋକପ୍ରୀୟ ଅଭିନେତା ଏ. ନାଗାର୍ଜୁନ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ ଶ୍ରମିକଙ୍କ ଲାଗି ୧ କୋଟି ଟଙ୍କାର ସହାୟତା ଘୋଷଣା କରିଥଲେ।