Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଖୁବ୍‌ଶୀଘ୍ର ଦେଶରେ ଆରମ୍ଭ ହେବ ବିଶ୍ବର ବୃହତ୍ତମ ଟିକାକରଣ ଅଭିଯାନ : ପ୍ରଧାନମନ୍ତ୍ରୀ

4/01/2021 at 3:35 PM

ନୂଆଦିଲ୍ଲୀ ୪।୧: ଖୁବ୍ ଶୀଘ୍ର ଦେଶରେ ଆରମ୍ଭ ହେବ ବିଶ୍ବର ବୃହତ୍ତମ ଟିକାକରଣ ଅଭିଯାନ । ସୋମବାର ଭିଡିଓ କନଫରେନ୍ସିଂ ଜରିଆରେ ‘ନ୍ୟାସନାଲ୍ ମେଟ୍ରୋଲୋଜି କନକ୍ଲେଭ୍’କୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଏହା କହିଛନ୍ତି । ଟିକା ବିକାଶ ନେଇ ସମସ୍ତ ବୈଜ୍ଞାନିକ ଓ ଟେକ୍ନିସିଆନଙ୍କ ପାଖରେ ସମଗ୍ର ଦେଶ ଋଣୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

‘ମେକ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବିଶ୍ବର ପ୍ରତ୍ୟେକ ସ୍ଥାନରେ ଭାରତୀୟ ଉତ୍ପାଦର ଗ୍ରାହକମାନଙ୍କ ହୃଦୟକୁ ଜିତିବା ଆବଶ୍ୟକ। ‘ନ୍ୟାସନାଲ୍ ଆଟୋମିକ୍ ଟାଇମ୍ ସ୍କେଲ୍’ ଏବଂ ‘ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ’କୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ‘ନ୍ୟାସନାଲ୍ ଏନଭିରୋନମେଣ୍ଟାଲ ଷ୍ଟାଣ୍ଡାର୍ଡ ଲାବ୍ରୋଟରୀ’ର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ମଧ୍ୟ ଉପସ୍ଥିତ ଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ଔଷଧି ନିୟାମକ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ବାରା ନିର୍ମିତ ଅକ୍ସଫୋର୍ଡ କୋଭିଡ୍-୧୯ ଟିକା କୋଭିସିଲ୍ଡ ଏବଂ ଭାରତ ବାୟୋଟେକ୍ ର ଟିକା କୋଭାକ୍ସିନ୍ କୁ ରବିବାର ମଞ୍ଜୁରି ପ୍ରଦାନ କରିଛି । ଏହା ବ୍ୟାପକ ଟିକାକରଣ ଅଭିଯାନ ପାଇଁ ସହାୟକ ହେବ ।

   Related Posts