Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଭାରତର ବିଜୟ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟ୍ଵିଟ୍- ଟିକାକରଣ ଏବଂ କ୍ରିକେଟ୍ ଦୃଷ୍ଟିରୁ ଆଜିର ଦିନଟି ଚମତ୍କାର

6/09/2021 at 10:45 PM

ନୂଆଦିଲ୍ଲୀ ୦୬।୦୯: ଭାରତ ଓଭାଲରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ କ୍ରିକେଟ୍‌ରେ ଇଂଲଣ୍ଡକୁ ୧୫୭ ରନରେ ହରାଇଛି। ଏହି ବିଜୟ ସହ ଦଳ ପାଞ୍ଚ ମ୍ୟାଚ୍‌ର ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ଵିଟ୍ କରି ଦଳକୁ ବିଜୟର ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ଵିଟ୍ କରି କହିଛନ୍ତି, ଟିକାକରଣ ଏବଂ କ୍ରିକେଟ୍ ଉଭୟ ଦୃଷ୍ଟିରୁ ଆଜିର ଦିନଟି ଭାରତ ପାଇଁ ଚମତ୍କାର ରହିଛି। ସୋମବାର ଭାରତ ଟିକାକରଣରେ ତୃତୀୟ ଥର ଏକ କୋଟି ପାର କରିଛି। ଅର୍ଥାତ ଆଜି ଦେଶରେ ଏକ କୋଟିରୁ ଅଧିକ ଲୋକ କରୋନା ଟିକା ନେଇଛନ୍ତି। ଏଥିସହ ସହ ଦେଶରେ ମୋଟ୍ ଟିକାକରଣ ସଂଖ୍ୟା ୬୯.୬୮ କୋଟିରୁ ଅଧିକ ହୋଇଛି। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ମନୁସଖ ମାଣ୍ଡଭିୟ ଟ୍ଵିଟ୍ କରି ଟିକାକରଣର ସୂଚନା ଦେଇଛନ୍ତି।

ଅନ୍ୟପଟେ ଆଜିର ଦିନରେ ଭାରତ ଇଂଲଣ୍ଡରେ ଟେଷ୍ଟ ଜିତି ଇତିହାସ ରଚିଛି। ଉମେଶ ଯାଦବ(୬୦ ରନରେ ୩ ଓ୍ଵିକେଟ୍), ଯଶପ୍ରୀତ ବୁମରା(୨୭ ରନ ଦେଇ ୨ ଓ୍ଵିକେଟ୍), ଶାର୍ଦ୍ଦୁଳ ଠାକୁର(୨୨ ରନରେ ୨ ଓ୍ଵିକେଟ୍) ଓ ରବୀନ୍ଦ୍ର ଜାଡେଜା(୫୦ ରନ ଦେଇ ୨ ଓ୍ଵିକେଟ୍)ଙ୍କ ଶାଣିତ ବୋଲିଂର ମୁକାବିଲା କରିନପାରି ଇଂଲଣ୍ଡ ୩୬୮ ରନର ବିଜୟ  ଲକ୍ଷ୍ୟ ପିଛା କରି ୯୨.୨ ଓଭରରେ ୨୧୦ ରନରେ ଅଲଆଉଟ୍ ହୋଇଛି।

   Related Posts