ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | October 29, 2020 IST

ନୂଆଦିଲ୍ଲୀ ୨୯।୧୦: ଭାରତର ଅର୍ଥବ୍ୟବସ୍ଥା ଦ୍ରୁତ ଗତିରେ ସୁଧୁରିବାକୁ ଲାଗିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଙ୍କେତ ଦେଇଛନ୍ତି । ମୋଦି କହିଛନ୍ତି ଯେ ଭାରତ ସରକାର ଏବେ ଶ୍ରମିକ ଆଇନ, କୃଷକ ଆଇନ ଏବଂ ମାନ୍ୟୁଫେକ୍ଟରିଂ ସେକ୍ଟରରେ ଯେଉଁଭଳି ଭାବେ ପରିବର୍ତ୍ତନ କରିଛନ୍ତି ତାଦ୍ବାରା ଆଗାମୀ ଦିନରେ ଭାରତର ଅର୍ଥବ୍ୟବସ୍ଥାରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ସମୟରେ କରୋନା ଭ୍ୟାକ୍ସିନକୁ ନେଇ ଦେଶବ୍ୟାପୀ ଜୋରଦାର ଚର୍ଚ୍ଚା ଚାଲିଛି । ମୋଦି ଦେଶବାସୀଙ୍କୁ କହିଛନ୍ତି ଯେ, ଦେଶର ପ୍ରତ୍ୟେକଙ୍କ ପାଇଁ କରୋନା ଭ୍ୟାକ୍ସିନ ଉପଲବ୍ଧ ହେବ । କାହାକୁ ବି ଛଡା ଯିବାନାହିଁ ।

ଖବରକାଗଜ ଇକୋନୋମିକ୍ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କରୋନା ମହାମାରୀ ଭିତରେ ଭାରତର ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଯାହା ଉପରେ ଦେଶର ସମସ୍ତରଙ୍କ ନଜର ରହିଛି । ସାରା ବିଶ୍ବର ଦେଶ ଏବେ ଭାରତୀୟ ବଜାର ଉପରେ ଭରଷା କରିବାକୁ ଲାଗିଲାଣି । ନିବେଶ ପାଇଁ ସବୁଠୁ ଉତ୍କୃଷ୍ଟ ଦେଶ ଭାବେ ଭାରତ ଅଗ୍ରଗତି କରୁଛି ।

ସେ କହିଛନ୍ତି ଯେ, ଉଚିତ୍ ସମୟରେ ଲକ୍ ଡାଉନ୍ କରିବା ଦ୍ବାରା ହିଁ ଅନେକ ଜୀବନ ବଞ୍ଚାଇ ଯାଇ ପାରିଲା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତର ଅର୍ଥବ୍ୟବସ୍ଥା ସୁଧୁରିବାକୁ ଲାଗିଛି । ୨୦୨୪ ମଧ୍ୟରେ ଦେଶ ୫ ଲକ୍ଷ କୋଟି ଡଲାରର ଅର୍ଥବ୍ୟବସ୍ଥା ଲକ୍ଷ୍ୟ ପୂରଣ କରିପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.