ଆତଙ୍କବାଦୀ ଆକ୍ରମଣରେ ଯବାନ ସହିଦ ଘଟଣା : ମୋଦି କହିଲେ, ଦିଆଯିବ ଦୃଢ ଜବାବ୍, ବ୍ୟର୍ଥ ଯିବନି ଯବାନଙ୍କ ବଳିଦାନ

Published By : Prameya-News7 Bureau | February 15, 2019 IST

ନୂଆଦିଲ୍ଲୀ ୧୫|୨:  ଜମ୍ମୁକାଶ୍ମୀର ପୁଲୱାମା ଆତଙ୍କୀ ହମଲାକୁ କଡା ଭାଷାରେ ନିନ୍ଦା କରିବା ସହ ସହିଦ ଯବାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟ୍ କରି କହିଛନ୍ତି ଏହି ଘଟଣା ଉପରେ ସେ ନଜର ରଖିଛନ୍ତି । କାଶ୍ମୀର ସ୍ଥିତି ସମ୍ପର୍କରେ ଗୃହମନ୍ତ୍ରୀ ରାଜନାଥ ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ସେ କହିଛନ୍ତି ଦୃଢ ଯବାନ ଦିଆଯିବ, ସେନା ଯବାନଙ୍କ ଏହି ବଳିଦାନ ବ୍ୟର୍ଥ ଯିବନାହିଁ ।

{"id":85350}

ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆକ୍ରମଣକୁ ନିନ୍ଦା କରି କହିଛନ୍ତି, ଆତଙ୍କୀ ଏବଂ କ୍ରୁର ଶକ୍ତି ବିରୋଧରେ ସାରା ଦେଶ ଏକାଠି ଅଛି । ସେହିଭଳି ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ ତଥା ପୂର୍ବ ସେନାଧ୍ୟକ୍ଷ ଜେନେରାଲ ବି.କେ.ସିଂ କହିଛନ୍ତି ଯବାନଙ୍କ ରକ୍ତର ପ୍ରତିଟି ବୁନ୍ଦାର ବଦଲା ନିଆଯିବ ।

{"id":85351}

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ଟ୍ବିଟ୍ କରି ଶୋକ ବ୍ୟକ୍ତି କରିବା ସହ ଘଟଣାକୁ କଡା ଭାଷାରେ ନିନ୍ଦା କରିଛନ୍ତି । ସେହିପରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଘଟଣାକୁ ନିନ୍ଦା କରିବା ସହ ସହିଦ ଯବାନଙ୍କ ଆତ୍ମାର ସଦଗତି କାମନା କରିଛନ୍ତି । ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମକୁ ବାତିଲ କରିବା ସହ ନୀରବ ପ୍ରାର୍ଥନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.