ଟ୍ରମ୍ପ୍‌ଙ୍କ ଥ୍ୟାଙ୍କ୍ ୟୁର ଜବାବ ଦେଲେ ମୋଦି : କହିଲେ ବନ୍ଧୁମାନଙ୍କୁ ନିକଟତର କରାଏ କଠିନ ସମୟ, ଏକାଠି କରୋନାଠୁ ଜିତିବା

Published By : Prameya-News7 Bureau | April 09, 2020 IST

ନୂଆଦିଲ୍ଲୀ ୯।୪: ସାରା ବିଶ୍ବ ଏବେ କରୋନା ଭାଇରସ୍ ସହିତ ଲଢେଇ ଜାରି ରଖିଛି । ଏହି ସଙ୍କଟ ସମୟରେ ଭାରତ ସମଗ୍ର ବିଶ୍ବ ପାଇଁ ଏକ ଉଦାହରଣ ପାଲଟିଛି । ଭାରତ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ଔଷଧ ରପ୍ତାନି ପାଇଁ ଅନୁମୋଦନ କରିଛି । ଏହାପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଟ୍ବିଟ୍ କରି ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆମେରିକାର ଏଭଳି ଧନ୍ୟବାଦ ଜଣାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି ।

{"id":251359,"sizeSlug":"large"}

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ନିଜ ଟ୍ବିଟରରେ ଲେଖିଛନ୍ତି, “ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍, ମୁଁ ଆପଣଙ୍କ କଥାରେ ସହ ସମ୍ପୂର୍ଣ୍ଣ ଭାବେ ସହମତ । ଏଭଳି ସମୟ ବନ୍ଧୁମାନଙ୍କୁ ନିକଟତର କରିଥାଏ । ଭାରତ-ଆମେରିକା ସହଭାଗିତା ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇଛି । ଭାରତ କରୋନା (COVID-19) ବିରୋଧରେ ମାନବିକତା ଦୃଷ୍ଟିରୁ ଲଢିବାରେ ଯଥାସମ୍ଭବ ଚେଷ୍ଟା କରିବ । ଆମେ ଏହା ବିରୋଧରେ ଏକାସହ ଜିତିବା ।”

{"id":251354,"sizeSlug":"large"}

ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଥିଲେ ଯେ, “କଠିନ ପରିସ୍ଥିତିରେ ବନ୍ଧୁମାନଙ୍କ ମଧ୍ୟରେ ଅଧିକ ସହଯୋଗ ଆବଶ୍ୟକତା ରହିଥାଏ । ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ଯୋଗାଣ ଉପରେ ନିଷ୍ପତ୍ତି ନେଇଥିବାରୁ ଭାରତ ଏବଂ ଏହାର ଲୋକଙ୍କୁ ଧନ୍ୟବାଦ । ଏହାକୁ ଆମେ କେବେବି ଭୁଲି ପାରିବୁ ନାହିଁ । ଏହି ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ।”

{"id":251352,"sizeSlug":"large"}

ଆମେରିକାର ରାଷ୍ଟ୍ରପତି ପୂର୍ବରୁ ଏକ ବିବୃତ୍ତିରେ କହିଥିଲେ ଯେ, ଯଦି ଭାରତ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ଯୋଗାଇବ ନାହିଁ, ତେବେ ଭାରତକୁ ଏହାର ଉଚିତ୍ ଜବାବ ଦିଆଯିବ । କିନ୍ତୁ ୨୪ ଘଣ୍ଟା ମଧ୍ୟରେ ତାଙ୍କ ସ୍ବର ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଥିଲା ।ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ଔଷଧକୁ ନେଇ ପରେ ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏଥିରେ ସାହାଯ୍ୟ କରିଛନ୍ତି, ସେ ବହୁତ ଭଲ ।

{"id":251351,"sizeSlug":"large"}

ବାସ୍ତବରେ ଭାରତ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲା, କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବୃତ୍ତି ପରେ ଭାରତ ଏହି ପ୍ରତିବନ୍ଧକକୁ ହଟାଇ ଦେଇଛି ।
ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଥିଲେ ଯେ, ଆମ ଦେଶରେ ବହୁତ ଷ୍ଟକ୍ ରଖିବା ଆମର ପ୍ରାଥମିକତା, କିନ୍ତୁ ଏହାପରେ ଯେଉଁ ଦେଶରେ କରୋନା ଭାଇରସ୍ ସବୁଠାରୁ ମାରାତ୍ମକ ହୋଇସାରିଛି, ସେହି ଦେଶଗୁଡିକୁ ଚିହ୍ନଟ କରି ସେହିସବୁ ଦେଶକୁ ପଠାଇ ଦିଆଯିବ ।

{"id":251350,"sizeSlug":"large"}

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଏଭଳି ବିବୃତ୍ତି ପରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କହିଥିଲେ ଯେ, ରାଜ୍ୟର ତିନୋଟି କମ୍ପାନୀ ଆମେରିକାକୁ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ଔଷଧ ଯୋଗାଇବେ ।

wp:html https://twitter.com/narendramodi/status/1248110109487591424?s=19 /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.