ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା ଗ୍ଲୋବାଲ୍ ଗୋଲ୍ କିପର୍ ଆୱାର୍ଡ

Published By : Prameya-News7 Bureau | September 25, 2019 IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଉ ଏକ ସମ୍ମାନ । ସ୍ବଚ୍ଛତା କ୍ଷେତ୍ରରେ ସୁଧାର ଓ ପଦକ୍ଷେପ ପାଇଁ ମୋଦିଙ୍କୁ ଗ୍ଲୋବାଲ୍ ଗୋଲ୍ କିପର୍ ଆୱାର୍ଡ ମିଳିଛି । ବିଲ୍ ଓ ମଲିଣ୍ଡା ଗେଟସ୍ ଫାଉଣ୍ଡସେନ୍ ପକ୍ଷରୁ ମୋଦିଙ୍କୁ ଏହି ସମ୍ମାନ ମିଳିଛି ।

ଏଥିପାଇଁ ସମସ୍ତ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ସମ୍ମାନ ସେହି ଭାରତୀୟଙ୍କ ପାଇଁ ଉତ୍ସର୍ଗ କରୁଛି ଯେଉଁମାନେ ସ୍ବଚ୍ଛ ଭାରତ ମିଶନକୁ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି, ଯେଉଁମାନେ ସ୍ବଚ୍ଛତାକୁ ନିଜ ଦୈନନ୍ଦିନ ଜୀବନରେ ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି ।

ମୋଦି କହିଛନ୍ତି, ସ୍ବଚ୍ଛତାକୁ ନେଇ ଭାରତ ନିଜର ଅନୁଭବକୁ ବିଶ୍ବର ଅନ୍ୟ ଦେଶ ସହ ବାଣ୍ଟିବା ପାଇଁ ପ୍ରସ୍ତୁତ ଅଛି । ବିଶ୍ବ ପାଇଁ ଭାରତର ଯୋଗଦାନ ନେଇ ମୁଁ ଖୁସି କାରଣ ଆମେ ସାରା ବିଶ୍ବକୁ ଗୋଟିଏ ପରିବାର ଭାବରେ ଦେଖୁ । ସ୍ବଚ୍ଛ ଭାରତ ମିଶନ ଯୋଗୁ ଶିଶୁ ଏବଂ ମହିଳାଙ୍କ ଜୀବନରେ ବେଶ ସୁଧାର ଆସିଛି । ସ୍ବଚ୍ଛତାକୁ ନେଇ ମହାତ୍ମା ଗାନ୍ଧୀ ଠେଉଁ ସ୍ବପ୍ନ ଦେଖିଥିଲେ ତାହା ଆଜି ସଫଳ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.