Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

କ’ଣ କୃଷକଙ୍କଠୁ ଧାନ-ଗହମ କିଣିବେ ନାହିଁ ସରକାର ? ବିରୋଧୀଙ୍କୁ ଜବାବ ଦେବା ସହ କୃଷି ବିଲ୍ ଉପରେ ଏହା କହିଲେ ପ୍ରଧାନମନ୍ତ୍ରୀ ମୋଦୀ

18/09/2020 at 3:35 PM

ନୂଆଦିଲ୍ଲୀ ୧୮।୦୯: ଲୋକସଭାରେ ଗୃହୀତ କୃଷି ସମ୍ବନ୍ଧିତ ତିନି ବିଧେୟକକୁ ନେଇ ସଡକଠୁ ସଂସଦ  ପର୍ଯ୍ୟନ୍ତ ହଙ୍ଗାମା ଜାରି ରହିଛି। ଗୁରୁବାର ଲୋକସଭାରେ ପାରିତ କୃଷି ବିଲ୍‌ ଉପରେ କୃଷକ ଓ ବିରୋଧୀ ସରକାରଙ୍କ ଉପରେ ଆକ୍ରାମକ ଅଛନ୍ତି। କେବଳ ଏତିକି ନୁହେଁ ଖୋଦ୍‌ ଏନଡିଏର ସହଯୋଗୀ ଶିରୋମଣି ଅକାଳି ଦଳ ବିଧେୟକ ପ୍ରସଙ୍ଗରେ ସରକାରଙ୍କୁ ବିରୋଧ କରିଛନ୍ତି ଏବଂ ପାର୍ଟିରୁ ଏକ ମାତ୍ର କ୍ୟାବିନେଟ୍‌ରେ ମନ୍ତ୍ରୀ ଥିବା ହରସିମରତ କୌର ବାଦଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହି ସବୁ ହଙ୍ଗାମା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକ ବିଲ୍‌ ଉପରେ ପ୍ରତିକ୍ରିୟା ରଖିଛନ୍ତି। ପ୍ରଧାନମନ୍ତ୍ରୀ ଏହି ତିନି ବିଧେୟକକୁ କୃଷକଙ୍କ ହିତ ବୋଲି କହିଛନ୍ତି। ବିରୋଧୀ ଏହା ଉପରେ ଗୁଜବ ପ୍ରଚାର କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସ୍ପଷ୍ଟ କରିଛନ୍ତି ଯେ, ସରକାର ଦ୍ଵାରା କୃଷକଙ୍କଠୁ ଧାନ-ଗହମ କିଣାନଯିବା କଥା ସଂପୂର୍ଣ୍ଣ ଭୁଲ୍ ଅଟେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି  ବିଲ୍‌ ଉପରେ ଅପପ୍ରଚାର କରାଯାଉଛି ଯେ, ସରକାରଙ୍କ ଦ୍ଵାରା କୃଷକଙ୍କୁ ଏମଏସପିର ଲାଭ ଦିଆଯିବ ନାହିଁ।  ବିରୋଧୀଙ୍କ ପକ୍ଷରୁ ମନଗଢା କଥା କୁହାଯାଉଛି ଯେ, ସରକାରଙ୍କ ଦ୍ଵାରା ଚାଷୀଙ୍କଠୁ ଧାନ-ଗହମ କିଣାଯିବ ନାହିଁ। ଏହା ସବୁ ମିଥ୍ୟା କଥା ଏବଂ କୃଷକଙ୍କୁ ଅନ୍ଧକାରରେ ରଖିବାକୁ ଅପଚେଷ୍ଟା। ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଆମ ସରକାର ଚାଷୀଙ୍କୁ ଏମଏସପି ଜରିଆରେ ଉଚିତ୍‌ ମୂଲ୍ୟ ଦେବାକୁ ପ୍ରତିବଦ୍ଧ। ସେହିପରି ସରକାରଙ୍କ ଦ୍ଵାରା ପୂର୍ବପରି ଚାଷୀଙ୍କଠୁ ଧାନ-ଗହମ କିଣାଯିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଗତକାଲି ବିଶ୍ଵକର୍ମା ଜୟନ୍ତୀ ଦିନ ଲୋକସଭାରେ ଐତିହାସିକ କୃଷି ସୁଧାର ବିଧେୟକ ଗୃହୀତ ହୋଇଛି। ଏହି ବିଧେୟକ ଅନ୍ନଦାତାଙ୍କୁ ଅନେକ ବନ୍ଧନରୁ ମୁକ୍ତ ଦେବ। ଏହି ସୁଧାରରେ କୃଷକଙ୍କୁ ନିଜର ଶସ୍ୟ ବିକ୍ରି କରିବାରେ ଅଧିକ ବିକଳ୍ପ ମିଳିବ ଏବଂ ଅଧିକ ଅବସର ମଧ୍ୟ ମିଳିବ।

ସେ କହିଛନ୍ତି ନିର୍ବାଚନ ସମୟରେ କୃଷକଙ୍କୁ ବଡ ବଡ କଥା କହୁଥିଲେ, ଲିଖିତ ଆକାରରେ ଦେଉଥିଲେ, ନିଜର ନିର୍ବାଚନୀ ଇସ୍ତାହାରରେ ସାମିଲ କରୁଥିଲେ ଏବଂ ନିର୍ବାଚନ ପରେ ଭୁଲି ଯାଉଥିଲେ। ମାତ୍ର ଏବେ ଯେବେ ଏନଡିଏ ସରକାର କୃଷକଙ୍କ ପାଇଁ କିଛି କରୁଛି ବିରୋଧୀ ଏହାକୁ ନେଇ ଅପପ୍ରଚାର କରୁଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି କୃଷକ ଏବଂ ଗ୍ରାହକଙ୍କ ମଧ୍ୟରେ ଯେଉଁ ମଧ୍ୟସ୍ଥି ରହନ୍ତି ସେମାନେ କୃଷକଙ୍କ ଆୟର ବଡ ଭାଗ ନିଜେ ନେଇ ଯାଆନ୍ତି। ତେଣୁ ଏହି ବିଧେୟକ ଅଣାଯିବା ବହୁତ ଜରୁରୀ ଥିଲା। ଏହି ବିଧେୟକ କୃଷକଙ୍କ ପାଇଁ ରକ୍ଷା କବଚ ହୋଇ ଆସିଛି। ମାତ୍ର କିଛି ଲୋକ ଯେଉଁମାନେ ଦଶନ୍ଧି ଦଶନ୍ଧି ଧରି କ୍ଷମତାରେ ଥିଲେ, ଦେଶରେ ରାଜ କଲେ, ସେହି ଲୋକ କୃଷକଙ୍କୁ ଏହି ବିଷୟରେ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି ଏବଂ କୃଷକଙ୍କୁ ମିଥ୍ୟା କହୁଛନ୍ତି ବୋଲି ମୋଦୀ କହିଛନ୍ତି।

   Related Posts