Tuesday, April 23, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଝାରସୁଗୁଡାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସମ୍ବଲପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର

ଝାରସୁଗୁଡା ୧୬|୪: ଆଜି ପୁଣି ଓଡିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେ।ଦି । ସ୍ବତନ୍ତ୍ର ବିମାନ ଯୋଗେ ଆସି ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିଛନ୍ତି ମୋଦି । ଏଠାରୁ ସ୍ବତନ୍ତ୍ର ହେଲିକାପ୍ଟରରେ ସମ୍ବଲପୁର ଯିବେ ମୋଦି ।

ସମ୍ବଲପୁରରେ ମୋଦି ସାଧାରଣ ସଭାରେ ଯୋଗଦେବେ । ସମ୍ବଲପୁର ଲୋକସଭା ପ୍ରାର୍ଥୀ ନୀତିଶ ଗଙ୍ଗଦେବ ଓ ୭ ବିଧାନସଭା ଆସନ ପାଇଁ ଛିଡା ହୋଇଥିବା ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଏଥିପାଇଁ ରେମେଡ ଛକ ନିକଟ ବସ୍ ଟର୍ମିନାଲ ପଡିଆରେ ବ୍ୟାପକ ଆୟୋଜନ କରାଯାଇଛି । ବିଜେପି ନେତାଙ୍କ ମଧ୍ୟରେ ଉତ୍ସାହ ଭରିଯାଇଛି । ସେଠାରୁ ମୋଦି ଛତିଶଗଡ କୋରର୍ବା ଗସ୍ତ କରିବେ ।

 ଅପରାହ୍ନ ୪ ଟାରେ ବିଜୁପଟ୍ଟନାୟକ ବିମାନ ବନ୍ଦରରେ ବାୟୁସେନା ହେଲିକାପ୍ଟରରେ ପହଁଚିବେ ମୋଦି । ସଂଧ୍ୟାରେ ଭୁବନେଶ୍ବର ବରମୁଣ୍ଡା ପଡିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ । ଏହା ପୂର୍ବରୁ ଏୟାରପୋର୍ଟରୁ ବରମୁଣ୍ଡା ଯାଏଁ ହେବ ରୋଡ୍ ସୋ । ମୋଦି ଏୟାରପୋର୍ଟରୁ ଗଙ୍ଗନଗର ଛକ, ଓୟୁଏଟି ରାସ୍ତା ଦେଇ ସିଟି ଓମେନ୍ସ କଲେଜ ରାସ୍ତାରେ ଆସିବେ । ସେଠାରୁ ଏୟାରପୋର୍ଟ ପଛ ରାସ୍ତା ଦେଇ ବରମୁଣ୍ଡା ପଡିଆରେ ପହଁଞ୍ଚିବେ । ଏଥିପାଇଁ ଏୟାରପୋର୍ଟ ଛକରୁ ବରମୁଣ୍ଡା ପର୍ଯ୍ୟନ୍ତ ବାରିକେଟ୍ ନିର୍ମାଣ କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କମିସନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ରାଜଧାନୀରେ ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ ହେବା ସହ ୧୩୦ ଜଣ ଅଫିସର ସୁରକ୍ଷା ଦାୟିତ୍ବରେ ରହିବେ । ଦୁଇଜଣ ଡିସିପିଙ୍କ ସମେତ ଆଡିସିନାଲ ସିପି, ଏସଓଜି କମାଣ୍ଡାଣ୍ଟ ଓ ଜଣେ ଆଇଜି ସମ୍ପୂର୍ଣ୍ଣ ଗସ୍ତର ମନିଟରିଙ୍ଗ କରିବେ ।

157 Views

   ସମ୍ବନ୍ଧିତ ଖବର