ଆଜିଠୁ ଜି-୨୦ ବୈଠକ ; ଯୋଗଦେବା ପାଇଁ ଆର୍ଜେଣ୍ଟିନା ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published By : Prameya-News7 Bureau | November 30, 2018 IST

ନୂଆଦିଲ୍ଲୀ ୩୦|୧୧:  ଆଜିଠୁ ଜି-୨୦ ବୈଠକ । ବୈଠକରେ ଯୋଗଦେବା ପାଇଁ ଆର୍ଜେଣ୍ଟିନା ଯାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଦୁଇ ଦିନିଆ ସମ୍ମିଳନୀରେ ଭାରତ ସମେତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ। କାନାଡ଼ା ପ୍ରଧାନମନ୍ତ୍ରୀ ଓ ଜାତିସଂଘ ମହା ସଚିବ ମଧ୍ୟ ଯୋଗ ଦେଉଛନ୍ତି । ଏହି ଅବସରରେ ବିଶ୍ବ ପ୍ରମୁଖ ସମସ୍ୟା ଓ ବିକାଶକୁ ନେଇ ଆଲୋଚନା କରାଯିବ । ପ୍ରଥମ ତ୍ରିପାକ୍ଷିକ ଆଲୋଚନା  ଭାରତ, ଆମେରିକା ଓ ଜାପାନ ମଧ୍ୟରେ ହେବ। ସେହିପରି ଦ୍ବିତୀୟ ଆଲୋଚନା  ରୁଷିଆ ଭାରତ ଓ ଚୀନ ମଧ୍ୟରେ ହେବ । ତେବେ ଦ୍ବିପାକ୍ଷିକ ଆଲୋଚନାରୁ  ଆମେରିକା ଓହରି ଯାଇଛି । ୟୁକ୍ରେନର ଜାହାଜ ଓ ନାବିକ ମାନଙ୍କୁ ରଷିଆ ଅଟକ ରଖିଥିବାରୁ ଆମେରିକା ଏହି ପଦକ୍ଷେପ ନେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.