ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରୋଡ୍ ସୋ’ ରେ ସାମିଲ୍

Published By : Prameya-News7 Bureau | April 16, 2019 IST

ଭୁବନେଶ୍ବର ୧୬|୪: ଆଜି ପୁଣି ଓଡିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେ।ଦି । ସମ୍ବଲପୁରରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବା ପରେ ଭୁବନେଶ୍ବରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ଭୁବନେଶ୍ବର ବରମୁଣ୍ଡା ପଡିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ମୋଦି । ଏହା ପୂର୍ବରୁ ଏୟାରପୋର୍ଟରୁ ବରମୁଣ୍ଡା ଯାଏଁ ଆରମ୍ଭ ହୋଇଛି ରୋଡ୍ ସୋ । ମୋଦି ଏୟାରପୋର୍ଟରୁ ଗଙ୍ଗନଗର ଛକ, ଓୟୁଏଟି ରାସ୍ତା ଦେଇ ସିଟି ଓମେନ୍ସ କଲେଜ ରାସ୍ତାରେ ଆସିବେ । ସେଠାରୁ ଏୟାରପୋର୍ଟ ପଛ ରାସ୍ତା ଦେଇ ବରମୁଣ୍ଡା ପଡିଆରେ ପହଁଞ୍ଚିବେ । ଏଥିପାଇଁ ଏୟାରପୋର୍ଟ ଛକରୁ ବରମୁଣ୍ଡା ପର୍ଯ୍ୟନ୍ତ ବାରିକେଟ୍ ନିର୍ମାଣ କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କମିସନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ରାଜଧାନୀରେ ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ ହେବା ସହ ୧୩୦ ଜଣ ଅଫିସର ସୁରକ୍ଷା ଦାୟିତ୍ବରେ ରହିବେ । ଦୁଇଜଣ ଡିସିପିଙ୍କ ସମେତ ଆଡିସିନାଲ ସିପି, ଏସଓଜି କମାଣ୍ଡାଣ୍ଟ ଓ ଜଣେ ଆଇଜି ସମ୍ପୂର୍ଣ୍ଣ ଗସ୍ତର ମନିଟରିଙ୍ଗ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.