ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published By : Prameya-News7 Bureau | December 24, 2018 IST

ଭୁବନେଶ୍ବର ୨୪|୧୨ : ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁ ସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରେ ଆସି ପହଞ୍ଚିଲେ ମୋଦି । ବିମାନବନ୍ଦରରେ ମୋଦିଙ୍କୁ ବିପୁଳ ସ୍ବାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି । ରାଜ୍ୟପାଳ ଗଣେଶୀ ଲାଲ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି ।

{"id":66698}

ବିମାନବନ୍ଦରରୁ ହେଲିକପ୍ଟର ଯୋଗେ ଆଇଆଇଟି କ୍ୟାମ୍ପସକୁ ଯିବେ ମୋଦି । ସେଠାରେ ଭୁବନେଶ୍ବର ଆଇଆଇଟିକୁ ଲୋକାର୍ପଣ ଓ ବ୍ରହ୍ମପୁର ଆଇଜରର ଶିଳାନ୍ୟାସ କରିବେ। ଏହାସହ ୧୪ ହଜାର ୫୨୫କୋଟି ଟଙ୍କାର ୧୩ଟି ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ଓ ଶୁଭ ଶିଳାନ୍ୟାସ କରିବେ । ଏହାପରେ ଦିନ ୧ଟା ୪୦ରେ କାରକେଡରେ ସିଧା ଗୋଶାଳା ପଡିଆକୁ ଯାଇ ଦଳୀୟ ସାଧାରଣ  ସଭାରେ ଉଦବୋଧନ ଦେବେ ମୋଦି । ସୁରକ୍ଷା ବ୍ୟବସ୍ଥାରେ ୪୫ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଛନ୍ତି ।  କେନ୍ଦ୍ରାଞ୍ଚଳ ଆଇଜି ସୈମେନ୍ଦ୍ର ପ୍ରିୟଦର୍ଶୀଙ୍କ ତତ୍ତ୍ବାବଧାନରେ ୪ ଜଣ ଏସ୍‌ପି, ୧୦ ଜଣ ଆଡିସିନାଲ ଏସ୍‌ପି,  ୩୦ ଜଣ ଡିଏସ୍‌ପି ଏବଂ ୧୫୦ ଜଣ ପୋଲିସ ଅଧିକାରୀ ରହିଛନ୍ତି ।

{"id":66691}

ଜାନୁଆରୀରେ ପ୍ରଧାନମନ୍ତ୍ରୀ ପୁଣି ଦୁଇଥର ଓଡିଶା ଆସିବେ।  ୫ରେ ବାରିପଦା ଓ ଜାନୁଆରୀ ୧୬ରେ ପଶ୍ଚିମ ଓଡିଶା ମୋଦିଙ୍କ କାର୍ଯ୍ୟକ୍ରମରେ ରହିଛି। ତିନୋଟି ହିନ୍ଦି ରାଜ୍ୟ ବିଜେପି ହାତରୁ ଯିବା ପରେ ପୂର୍ବାଞ୍ଚଳକୁ ଭରସା କରିଛି ବିଜେପି । ସେଥିଲାଗି ଓଡିଶା ଉପରେ ଫୋକସ କରୁଥିବା କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.