Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଚନ୍ଦ୍ରୟାନ-୨ର ଲାଇଭ ଲ୍ୟାଣ୍ଡିଂ ଦେଖିବାକୁ ବେଙ୍ଗାଲୁରରେ ପହଞ୍ଚିଲେ ମୋଦି, ପୂର୍ବରୁ ପହଞ୍ଚି ସାରିଛନ୍ତି ଚନ୍ଦ୍ରରେ ପ୍ଲଟ କିଣିଥିବା ରାଜୀବ

6/09/2019 at 10:14 PM

ବେଙ୍ଗାଲୁରୁ : ଲ୍ୟାଣ୍ଡର ବିକ୍ରମ ଭାରତୀୟ ସମୟାନୁସାରେ ବିଳମ୍ବିତ ରାତ୍ରି ଗୋଟେରୁ ୨ଟା ମଧ୍ୟରେ ଚନ୍ଦ୍ରରେ ଅବତରଣ କରିବ। ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ବିକ୍ରମ ଲ୍ୟାଣ୍ଡିଂ କରିବ। ଏହି କ୍ଷଣର ଲାଇଭ ଦୃଶ୍ୟ ଦେଖିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ବେଙ୍ଗାଲୁରରେ ପହଞ୍ଚିଛନ୍ତି। ତେବେ ମୋଦିଙ୍କ ପୂର୍ବରୁ ଚନ୍ଦ୍ରରେ  ପ୍ଲଟ କ୍ରୟ କରିଥିବା ହାଇଦ୍ରାବାଦର ରାଜୀବ ବି.ବାଗଡୀ ବେଙ୍ଗାଲୁରରେ ପହଞ୍ଚିସାରିଛନ୍ତି। ବାଗଡୀ ମଧ୍ୟ ପ୍ରଧାନମନ୍ତ୍ରୀ ଓ ୭୦ ଜଣ ପିଲାଙ୍କ ସହ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ କେନ୍ଦ୍ରରେ ଏହି ଲାଇଭ ଲ୍ୟାଣ୍ଡିଂ ଦେଖିବେ।

ଇତିମଧ୍ୟରେ ଚନ୍ଦ୍ରୟାନ-୨ର ସଫ୍ଟ ଲ୍ୟାଣ୍ଡିଂ ଟାଇମିଂରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଲ୍ୟାଣ୍ଡିଂ ସମୟକୁ ୨ ମିନିଟ୍ ହ୍ରାସ କରାଯାଇଛି। ଏଣୁ ଲ୍ୟାଣ୍ଡର ବିକ୍ରମ ୨ ମିନିଟ୍ ପୂର୍ବରୁ ଅର୍ଥାତ ରାତି ଗୋଟାଏ ବାଜି ୩୮ ମିନିଟ୍ ରେ ଲ୍ୟାଣ୍ଡିଂ ଆରମ୍ଭ କରିବ। ଏହାର ଲାଇଭ ଦୃଶ୍ୟକୁ ପ୍ରଧାନମନ୍ତ୍ରୀଙ୍କ ସହ ଇସ୍ରୋର ସ୍ପେସ୍ କ୍ୱିଜ୍ ରେ ସଫଳ ହୋଇଥିବା ୭୦ ଜଣ ଛାତ୍ରଛାତ୍ରୀ ମଧ୍ୟ ଦେଖିବେ। ଏଥିଲାଗି ପ୍ରଧାନମନ୍ତ୍ରୀ ନିଜେ ଖୁବ୍ ଉତ୍ସାହୀ ଥିବା ପୂର୍ବରୁ ଟ୍ୱିଟ୍ କରିଥିଲେ। ଏବେ ସେହି ମୁହୂର୍ତ୍ତ ପାଖେଇ ଆସୁଥିବା ବେଳେ ଏଠାରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସୁକତା ବଢିବାରେ ଲାଗିଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।

ମୋଦିଙ୍କୁ ବେଙ୍ଗାଲୁର ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଛି। ତେବେ ପ୍ରଧାନମନ୍ତ୍ରୀଙ୍କ ମନ ଇସ୍ରୋ ନିୟନ୍ତ୍ରଣ କକ୍ଷରେ ରହିଛି। ଏହି ସଫଳତା ସହ ଭାରତ ଅନ୍ତରୀକ୍ଷ କାର୍ଯ୍ୟକ୍ରମରେ ଆମେରିକା, ଋଷିଆ ଓ ଚୀନ ପରେ ବିଶ୍ୱର ଚତୁର୍ଥ ରାଷ୍ଟ୍ରର ମାନ୍ୟତା ପ୍ରାପ୍ତ କରିବ। ତେବେ ଭାରତ ଚନ୍ଦ୍ରରେ ପହଞ୍ଚିବା ପୂର୍ବରୁ ୨୦୦୩ ମସିହାରେ ଚନ୍ଦ୍ରରେ ଜମି କ୍ରୟ କରିଥିଲେ ହାଇଦ୍ରାବାଦର ଜନୈକ ଜ୍ୟୋତିଷ ଓ ଗଣିତଜ୍ଞ ରାଜୀବ ବି ବାଗଡୀ। ସେ ସେଠାରେ ୫ ଏକର ଜମି କ୍ରୟ କରିଛନ୍ତି। ଏଣୁ ଚନ୍ଦ୍ରୟାନ-୨ର ଏହି ସଫଳତାକୁ ସେ ମଧ୍ୟ ବେଙ୍ଗାଲୁରରେ ଉତ୍ସୁକତାର ସହ  ଅପେକ୍ଷା କରିଛନ୍ତି।

   Related Posts