ଆଜି ପୁଡୁଚେରୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ, ଅନେକ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦଘାଟନ

Published By : Prameya-News7 Bureau | February 25, 2021 IST

ନୂଆଦିଲ୍ଲୀ,୨୫/୦୨:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ତାମିଲନାଡୁ ଓ ପୁଡୁଚେରୀ ଗସ୍ତ କରିବେ । ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ବିଦ୍ୟୁତ ପରିଯୋଜନା ସମେତ ଅନେକ ବିକାଶ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ପିଏମଓର ସୂଚନାନୁସାରେ, ମୋଦୀ ୧୧ଟା୩୦ରେ ପୁଡୁଚେରୀର ଅନେକ ପ୍ରକଳ୍ପର ଉଦଘାଟନ କରିବେ । ଅପରାହ୍ନ ୪ଟାରେ ତାମିଲନାଡୁରେ ୧୨ ହଜାର ୪୦୦ କୋଟିର ଅନେକ ପ୍ରକଳ୍ପକୁ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ।

ପିଏମଓ ତରଫରୁ ଆହୁରି ମଧ୍ୟ କୁହାଯାଇଛି ଯେ, ତାମିଲନାଡୁରେ ମୋଦୀ ନ୍ୟେବେଲୀ ବିଦ୍ୟୁତ ପରିଯୋଜନାକୁ ଦେଶ ପାଇଁ ଉତ୍ସର୍ଗ କରିବେ । ଏହି ପ୍ରକଳ୍ପରେ ୧୦୦୦ ମେଗାଓ୍ୱାଟର ବିଦ୍ୟୁତ ଉତ୍ପାଦନ ହେବ । ଏଥିରୁ ତାମିଲନାଡୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ପୁଡୁଚେରୀକୁ ଫାଇଦା ହେବ ।

ପୁଡୁଚେରୀରେ ପ୍ରଧାନମନ୍ତ୍ରୀ ସତନାଥପୁରମ-ନାଗାପଟ୍ଟିନମ ରାସ୍ତାର ଶିଳାନ୍ୟାସ କରିବେ । ଏହାସହ କରାକଲ ଜିଲ୍ଲାରେ ମେଡିକାଲ କଲେଜର ନୂଆ କ୍ୟାମ୍ପସକୁ ଉଦଘାଟନ କରିବେ । ଏହାବ୍ୟତୀତ ଅନେକ ପ୍ରକଳ୍ପର ମଧ୍ୟ ଉଦଘାଟନ କରିବେ ।

ପୁଡୁଚେରୀ ବିଜେପି ସଭାପତିଙ୍କ କହିବାନୁସାରେ, ସକାଳ ୧୦ଟା ୩୦ରେ ପ୍ରଧାନମନ୍ତ୍ରୀ ଆସି ପହଁଚିବେ । ବିମାନବନ୍ଦରରୁ ସିଧା ଜବାହାରଲାଲ ନେହେରୁ ସ୍ନାତକତ୍ତୋର ଚିକିତ୍ସା ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାରେ ପହଣଚି ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ଲୋକର୍ପିତ କରିବେ । ଏହାପରେ ଏକ ଜନସଭାକୁ ମଧ୍ୟ ମୋଦୀ ସମ୍ବୋଧନ କରିବେ ବୋଲି ବିଜେପି ସଭାପତି କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.