ବୋରୱେଲରେ ୩ ଦିନ ହେଲା ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବାଳକ ଲାଗି ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥନା, ଜାଣନ୍ତୁ କ'ଣ ଉଲ୍ଲେଖ କରିଛନ୍ତି ଟ୍ୱିଟ୍ ରେ

Published By : Prameya-News7 Bureau | October 28, 2019 IST

ନୂଆଦିଲ୍ଲୀ : ତାମିଲନାଡୁ ତିରୁଚିରାପଲ୍ଲୀ ନାଦୁକଟ୍ଟପଟ୍ଟି ଗ୍ରାମର ଏକ ବୋରୱେଲରେ ଖସିପଡିଥିବା ୨ ବର୍ଷର ବାଳକର ଏପର୍ଯ୍ୟନ୍ତ ଉଦ୍ଧାର ସମ୍ଭବ ହୋଇପାରିନାହିଁ। ଶିଶୁଟି ଖେଳୁଥିବା ବେଳେ ଗତ ଶୁକ୍ରବାର ଖୋଲାମୁହଁ ବୋରୱେଲକୁ ଗଳିପଡିଥିଲା। ହେଲେ ସୋମବାର ସଂନ୍ଧ୍ୟା ସୁଦ୍ଧା ଶିଶୁଟି ଉଦ୍ଧାର ହୋଇ ପାରିନଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବେଗ ପ୍ରକାଶ କରିଛନ୍ତି। ଶିଶୁଟି କିପରି ସକୁଶଳେ ଉଦ୍ଧାର ହେବ ସେଥିଲାଗି ପ୍ରଧାନମନ୍ତ୍ରୀ ପ୍ରାର୍ଥନା କରିଛନ୍ତି। ତାମିଲରେ ଏକ ଟ୍ୱିଟ୍ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ 'ମୋର ପ୍ରାର୍ଥନା ସୁଜିତ ୱିଲସନ ସହିତ ଅଛି' ବୋଲି ଉଲ୍ଲେଖ କରିଛନ୍ତି।

{"id":176113}

ସୁଜିତକୁ ବଞ୍ଚାଇବା ଲାଗି ଚଳାଯାଇଥିବା ରେସ୍କ୍ୟୁ ଅପରେସନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା ମଧ୍ୟ ହୋଇଛନ୍ତି। ଶିଶୁର ସୁରକ୍ଷା ଲାଗି ପ୍ରଧାନମନ୍ତ୍ରୀ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି। ଉଦ୍ଧାରକାରୀ ଦଳ ବୋରୱେଲ ନିକଟରେ ୪୦ ଫୁଟର ଆଉ ଗୋଟେ ଗାତ ଖୋଳିଛନ୍ତି। ତେବେ ସିଶୁଟିର ଉଦ୍ଧାର କାର୍ଯ୍ୟକୁ ନେଇ ରାଜସ୍ୱ ଆୟୁକ୍ତ ନିଜେ ସନ୍ତୁଷ୍ଟ ନଥିବା କହିଛନ୍ତି। ଜନୈକ ସରକାରୀ ଅଧିକାରୀ ଶିଶୁକୁ ବାହାର କରିବା ଲାଗି ଆହୁରି ୧୨ ଘଣ୍ଟାରୁ ବି ଅଧିକ ସମୟ ଲାଗିବ ବୋଲି କହିଛନ୍ତି। ତେବେ ଶିଶୁଟି ଶୁଖିଲା ବୋରୱେଲରେ ଖସିପଡିଥିବାର ପୋଲିସ କହିଛି।

wp:html /wp:html

ଶିଶୁଟି ପ୍ରଥମେ ବୋରୱେଲ ଖାତର ୩୦ ଫୁଟରେ ଲାଖିଥିଲା। ତେବେ ଉଦ୍ଧାର କାର୍ଯ୍ୟ ବେଳେ ଶିଶୁଟି ୯୦ଫୁଟ ତଳକୁ ଖସିଯାଇଛି। ଶିଶୁଟିକୁ କାଢିବା ଲାଗି ବୋରୱେଲରେ ସେ ଲାଗିଥିବା ସ୍ଥାନ ପର୍ଯ୍ୟନ୍ତ ଖାତ ଖୋଳିବାର ଆବଶ୍ୟକତା ରହିଛି। ତେବେ ସୋମବାର ସୁଦ୍ଧା ୫୦ ଫୁଟ୍ ଡ୍ରିଲ ହୋଇପାରିଥିବା ଅଧିକାରୀ କହିଛନ୍ତି। ତେବେ ମଝିରେ ମଝିରେ ହେଉଥିବା ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହେଉଥିବା ଅଧିକାରୀ କହିଛନ୍ତି। ଉଦ୍ଧାର କାର୍ଯ୍ୟରେ ଏସଡିଆରଏଫ ସହ ଏନଡିଆରଏଫ ମଧ୍ୟ ସହଯୋଗ କରୁଛି। ସେପଟେ ଶିଶୁଟି ଉପରେ ଥର୍ମାଲ କ୍ୟାମେରା ଦ୍ୱାରା ନଜର ରଖା ଯାଇଥିବା କୁହାଯାଉଛି। ଶିଶୁଟି ନେଇ କେବଳ ପ୍ରଧାନମନ୍ତ୍ରୀ ନୁହଁନ୍ତି ରାହୁଲ ଗାନ୍ଧି ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି। ୭୨ ଘଣ୍ଟା ପରେ ବି ଶିଶୁଟି ଉଦ୍ଧାର ହୋଇପାରିନଥିବାରୁ ରାହୁଲ ଭଗବାନଙ୍କ ନିକଟରେ ଶିଶୁର ସୁରକ୍ଷିତ ଉଦ୍ଧାର ଲାଗି ପ୍ରାର୍ଥନା କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.