Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

କରୋନା ଲଢେଇରେ ଛୋଟ ଦୋକାନୀଙ୍କ ଯୋଗଦାନକୁ ଦେଶ ସର୍ବଦା ମନେ ରଖିବ: ପ୍ରଧାନମନ୍ତ୍ରୀ

19/04/2020 at 8:46 PM

ନୂଆଦିଲ୍ଲୀ ୧୯।୦୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭାଇରସ୍‌ ଲକଡାଉନ୍ ସମୟରେ ଛୋଟ ଦୋକାନୀଙ୍କୁ ବେଶ୍ ପ୍ରଂଶସା କରିଛନ୍ତି। ସେ କହିଛନ୍ତି ଏହି ସଙ୍କଟର ଘଡିରେ ଦେଶବାସୀ ଲକ୍‌ଡାଉନ୍‌ର ପାଳନ କରିଛନ୍ତି। ଏଥିରେ ଦୋକାନୀଙ୍କ ଯୋଗଦାନ ବହୁତ ମହତ୍ଵପୂର୍ଣ୍ଣ ରହିଛି। ଆମେ କଳ୍ପନା କର ପାରୁଛୁ ଯେ ଯଦି ଦୋକାନୀ ଭାଇମାନେ ନିଜ ଜୀବନକୁ ବିପଦରେ ନପକାଇ ଦୈନନ୍ଦିନ ସାମଗ୍ରୀ ଯୋଗାଇ ନଥାନ୍ତେ ତେବେ ଆମର ଅବସ୍ଥା କଣ ହୋଇଥାନ୍ତା।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଛୋଟ ଛୋଟ ଦୋକାନୀ ପୂରା ସାମାଜିକ ବ୍ୟବସ୍ଥାକୁ ସୂଚାରୁ ରୂପେ ବଜାୟ ରଖିବାରେ ମହତ୍ଵପୂର୍ଣ୍ଣ ଯୋଗଦାନ ଦେଇଛନ୍ତି। ସମାଜ ଓ ଦେଶ ସେମାନଙ୍କ ଯୋଗଦାନକୁ ସର୍ବଦା ମନେ ରଖିବ। ମୁଁ ଜାଣିଛି ଯେ, ନିଜେ ସାମାଜିକ ଦୂରତ୍ଵ ପାଳନ କରିବା ଏବଂ ଅନ୍ୟଙ୍କୁ ପାଳନ କରାଇବା କେତେ ମୁସ୍କିଲ।

ପ୍ରଧାନମନ୍ତ୍ରୀ କହିଛନ୍ତି କରୋନା ସଙ୍କଟରେ ଏହା ହୃଦବୋଧ ହୋଇଛି ଯେ, ଦୁନିଆକୁ ନୂତନ ବିଜନେସ୍‌ ମୋଡେଲର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଲିଙ୍କ୍‌ଡଇନରେ ସେୟାର କରିଥିବା ନିଜର ଆର୍ଟିକିଲରେ ଯୁବ ଶକ୍ତିରେ ଭରପୂର ଭାରତ କୋଭିଡ୍-୧୯ ପରେ ଦୁନିଆକୁ ଏକ ନୂତନ ମୋଡେଲ ଦେବ। କରୋନା ଭାଇରସ୍‌ ମହାସଙ୍କଟ ବହୁତ କିଛି ପରିବର୍ତ୍ତନ କରି ଦେଇଛି। କେହି ବି କଳ୍ପନା କରିନଥିବେ ଯେ, ଏମିତି ସ୍ଥିତି ଉତ୍ପନ ହେବ।

A, E, I, O, U  ଜରିଆରେ ଦେଲେ ମୋଡେଲର ରୂପ ରେଖା

ପ୍ରଧାନମନ୍ତ୍ରୀ ଇଂରାଜୀ ବର୍ଣ୍ଣମାଳାର ସ୍ଵରବର୍ଣ୍ଣ ଏ, ଇ, ଆଇ, ଓ ୟୁ ଉପରେ ଆଧାରିତ କ୍ରମଶଃ ଆଡପେଟେବିଲିଟି(ଅନୁକୂଳତା), ଏଫିସିଏନ୍ସି(ଦକ୍ଷତା), ଇନକ୍ଲ୍ୟୁସିଭିଟି(ସମାବେଶିତା), ଅପରଚ୍ୟୁନିଟି(ସୁଯୋଗ) ଓ ୟୁନିଭର୍ସଲିଜମ(ସାର୍ବଭୌମିକତା) ଜରିଆରେ ନୂତନ ବ୍ୟବସାୟ ଓ କାର୍ଯ୍ୟ ସଂସ୍କୃତି ପାଇଁ ଜରୁରୀ ଦିଗ ପ୍ରତି ଉଲ୍ଲେଖ କରିଛନ୍ତି।

   Related Posts