Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

କରୋନା ମୁକାବିଲାରେ ମୁଖ୍ୟମନ୍ତ୍ରୀଙ୍କୁ ସାବାସି ଦେଲେ ପ୍ରଧାନମନ୍ତ୍ରୀ, କହିଲେ ନବୀନ ପଟ୍ଟନାୟକ ବଡ ଉଦାହରଣ

19/03/2020 at 12:37 PM

ଭୁବନେଶ୍ବର ୧୯।୩: କରୋନା ମୁକାବିଲା ନେଇ ଓଡିଶା ସରକାର ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟ୍ କରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି। ଅନ୍ୟମାନେ ତାଙ୍କୁ ଅନୁକରଣ କରିବେ ବୋଲି ମୋଦି ଆଶା ପ୍ରକଟ କରିଛନ୍ତି।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା କରିଛନ୍ତି। ଟ୍ବିଟ୍ କରି ଧର୍ମେନ୍ଦ୍ର କହିଛନ୍ତି ଯେ କରୋନା ମୁକାବିଲା କ୍ଷେତ୍ରରେ ସଚେତନତା ସୃଷ୍ଟି କରିବାରେ ନବୀନ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି।

ବିଦେଶ ଫେରନ୍ତାଙ୍କ ପାଇଁ ରାଜ୍ୟ ସରକାର ପଞ୍ଜୀକରଣ ବାଧ୍ୟତାମୂଳକ କରିବା ପରେ ଦିନକୁ ଦିନ ଏହି ସଂଖ୍ୟାରେ ବୃଦ୍ଧି ଘଟୁଛି। ଏହି ସଂଖ୍ୟା ୨୧୩୧ରେ ପହଞ୍ଚିଛି। ପ୍ରତି ଘଣ୍ଟାରେ ୮୦ଜଣ ଲୋକ ନିଜ ଆଡ଼ୁ ୧୦୪ ସହାୟତା ନମ୍ବର ଓ ପୋର୍ଟାଲରେ ନିଜର ପଞ୍ଜୀକରଣ କରୁଛନ୍ତି। ଏ ପର୍ଯ୍ୟନ୍ତ ୮୦ଟି ଦେଶରୁ ଫେରିଥିବା ବ୍ୟକ୍ତିଙ୍କ ପଞ୍ଜୀକରଣ କରାଯାଇଛି।

ସରକାରୀ ୱେବସାଇଟ୍ ରେ ବିଦେଶ ଫେରନ୍ତା ନିଜ ଭଉଣୀ ଗୀତା ମେହେଟ୍ଟାଙ୍କ ନାମ ପଞ୍ଜୀକରଣ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାକୁ  ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସେପଟେ କରୋନା ମୁକାବିଲା ଲାଗି ସମସ୍ତ ପଞ୍ଚାୟତ, ବ୍ଲକ୍, ଜିଲ୍ଲା ପରିଷଦ ପାଇଁ ଏକ ୮ସୂତ୍ରୀ ନିର୍ଦ୍ଦେଶନାମା ଜାରି କରାଯାଇଛି । ଭୟ ନକରି ସମସ୍ତେ ନିଜ ନିଜ ସ୍ତରରେ ସତର୍କ ରହିବା, ସଚେତନ ରହି ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି । ହାଡଫୁଟି ଭଳି ସତର୍କତା ଅବଲମ୍ବନ କରନ୍ତୁ । ସଂକ୍ରମଣଠାରୁ ଦୂରେଇ ରହିବା ବଡ଼ ସୁରକ୍ଷା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

   Related Posts