Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ ; ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଉଛନ୍ତି ମୋଦି

29/01/2019 at 11:52 AM

ନୂଆଦିଲ୍ଲୀ ୨୯|୧: ଆଗକୁ ଆସୁଛି ପରୀକ୍ଷା । ଏନେଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଲାଙ୍କ ପ୍ରଶ୍ନର ଉତ୍ତର ଦେବା ସହ ସେମାନଙ୍କୁ ପରୀକ୍ଷା ପ୍ରସ୍ତୁତି ନେଇ ଟିପ୍ସ୍ ଦେଉଛନ୍ତି ମୋଦି । ପ୍ରଧାନମନ୍ତ୍ରୀ ମୋଦି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସହ କରିଛନ୍ତି ‘ପରୀକ୍ଷା ପେ ଚର୍ଚ୍ଚା’ । ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସହ ସିଧାସଳଖ କଥାବାର୍ତ୍ତା ହେଲେ ମୋଦି । ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ପରୀକ୍ଷାରେ ବିଫଳ ହେଲେ ଜୀବନ ଅଟକି ଯାଏନି ।ପରୀକ୍ଷା ବାହାରେ ବି ବଡ ଦୁନିଆ ରହିଛି ।ବୋର୍ଡ ପରୀକ୍ଷା ଜୀବନର ପରୀକ୍ଷା ନୁହେଁ । ଚାପ ପରିସ୍ଥିତିକୁ ଖରାପ କରେ । ଆଶା ଓ ଆକାଂକ୍ଷାକୁ ପୂରଣ କରିବା ଉଚିତ୍ । ଅନଲାଇନ୍ ଖେଳ ଉଭୟ ସମସ୍ୟା ଓ ସମାଧାନ ବୋଲି ମୋଦି କହିଛନ୍ତି । ବାପା ମାଆ ପିଲାଙ୍କୁ ଉତ୍ସାହିତ କରିବା ଦରକାର ।

ତାଲକୋଟ୍ରା ଷ୍ଟାଡିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶର ଅନେକ ଛାତ୍ରଛାତ୍ରୀଙ୍କ ସହ ଚଳିତ ବର୍ଷ ଓଡ଼ିଶାର ବିଭିନ୍ନ ସ୍କୁଲରୁ ୧୭ ଜଣ ଛାତ୍ରଛାତ୍ରୀ ଭାଗନେଇଛନ୍ତି । ଦେଶର ପାଖାପାଖି ୨ହଜାରରୁ ଅଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ।

   Related Posts