Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

‘ଦିଲ୍ଲୀ ଏବଂ ଦିଲ୍‌ ମଧ୍ୟରେ ଥିବା ଦୂରତାକୁ ସମାପ୍ତ କରିବାକୁ ଚାହୁଁଛି’-କାଶ୍ମୀର ନେତାଙ୍କ ସହ ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ହୃଦୟସ୍ପର୍ଶୀ ପ୍ରସ୍ତାବ

24/06/2021 at 8:45 PM

ନୂଆଦିଲ୍ଲୀ ୨୪/ ୦୬ : କାଶ୍ମୀର ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକ ଶେଷ ହୋଇଛି । ପ୍ରାୟ ସାଢେ ୩ ଘଣ୍ଟା ଧରି ଚାଲିଥିବା ବୈଂକ ସନ୍ଧ୍ୟା ୬.୩୦ରେ ଶେଷ ହୋଇଥିବା ନେଇ ସୂଚନା ମିଳିଛି । ବୈଠକ ପରେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଛନ୍ତି , ‘ଜାମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ କ୍ଷମତା ପୁଣିଥରେ ମିଳୁ । ସେଠାରେ ବିଧାନସଭା ନିର୍ବାଚନ ତୁରନ୍ତ କରାଯାଉ । ଏହା ସହିତ କାଶ୍ମୀର ପଣ୍ଡିତଙ୍କୁ ଫେରାଇ ଅଣାଯାଇ ପୁନର୍ବାସ ବ୍ୟବସ୍ଥା କରାଯାଉ ।’

କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ପରି ବୈଠକରେ ରୋଜଗାର କଥା ମଧ୍ୟ ଉଠାଇଥିଲେ ମେହବୁବା। ଧାରା ୩୭୦ ହଟିବା ପରେ ରାଜ୍ୟରେ ବହୁତ କ୍ଷତି ହେବା ସହିତ ଲୋକଙ୍କର ରୋଜଗାର ଯାଇଛି। ତେଣୁ କେନ୍ଦ୍ର ସରକାର ରାଜ୍ୟବାସୀଙ୍କୁ ରୋଜଗାରର ଗ୍ୟାରେଣ୍ଟି ଦେଉ ବୋଲି ମେହବୁବା ଦାବି କରିଛନ୍ତି। ସେହିପରି ୨୦୧୯ରେ ଯେଉଁମାନଙ୍କୁ ଗିରଫ କରାଯାଇଛି ସେମାନଙ୍କୁ ତୁରନ୍ତ ଛଡ଼ାଯାଉ ବୋଲି ସେ ଦାବି କରିଛନ୍ତି।

ପିଡିପି ନେତା ମୁଜଫର ହୁସେନ ବୈଠକରେ କହିଛନ୍ତି, ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ନିଷ୍ପତ୍ତି କେବଳ ବିଧାନସଭା ହିଁ ନେଇପାରିବ । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀ ମଧ୍ୟ ଧାରା ୩୭୦ ଉଚ୍ଛେଦକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅବଗତ କରାଇଛନ୍ତି । ମୁଫତି କହିଛନ୍ତି, ଜାମ୍ମୁ କାଶ୍ମୀରରେ ବିଧାନସଭା ଡକାଯାଇ ଧାରା ୩୭୦କୁ ଉଚ୍ଛେଦ କରିବାର ଥିଲା । ଏହାକୁ ବେଆଇନ ଭାବେ ହଟାଇବା କେନ୍ଦ୍ର ସରକାରଙ୍କ ହକ ନୁହେଁ । ଆମେ କାଶ୍ମୀରରେ ଧାରା ୩୭୦କୁ ପୁଣିଥରେ ଲାଗୁ କରିବାକୁ ଚାହୁଁଛୁ ।

ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ମେହବୁବା କହିଛନ୍ତି ଯେ କେନ୍ଦ୍ର ସରକାର ବେଆଇନ୍ ଭାବେ ଧାରା ୩୭୦ ଉଚ୍ଛେଦ କରିଛନ୍ତି। ସେହି ସମୟରେ କୌଣସି ଜନପ୍ରତିନିଧିଙ୍କ ସହିତ ଆଲୋଚନା ନ କରି ଗୋଟିଏ ଝଟ୍‌କାର ରାଜ୍ୟରେ ଶକ୍ତି ଛଡ଼ାଇ ନିଆଗଲା । ୫ ଅଗଷ୍ଟ ୨୦୧୯ ପରଠାରୁ ରାଜ୍ୟର ଲୋକମାନେ ବହୁତ ଦୁଃଖର ଅଛନ୍ତି। ନିଜକୁ ପୀଡ଼ିତ ବୋଲି ମନେ କରୁଛନ୍ତି। ଧାରା ୩୭୦ ଆମକୁ ରୋଜଗାର ଦେଇଥାଏ, ଜମିର ଅଧିକାର ସୁନିଶ୍ଚିତ କରିଥାଏ। ସେଥିରେ କୌଣସି ପ୍ରକାରର ବୁଝାମଣା ଆମେ ରାଜି ନାହୁଁ। ତେଣୁ ଆମେ ଗଣତାନ୍ତ୍ରୀକ ଶୈଳୀରେ ଶାନ୍ତିପୂର୍ଣ୍ଣ ଭାବରେ ନିଜର ବିରୋଧ ଜାରି ରଖିବୁ ବୋଲି ମେହବୁବା କହିଛନ୍ତି।

ତେବେ ଆଜିର ବୈଠକ ଭଲ ପରିବେଶରେ ଶେଷ ହୋଇଛି। ବୈଠକରେ ସମସ୍ତଙ୍କ କଥା ଶୁଣାଯାଇଛି ବୋଲି ମେହବୁବା କହିଛନ୍ତି। ଆଲୋଚନା ବଳରେ ହିଁ ସମସ୍ୟାର ସମାଧାନ କରାଯାଇପାରେ ବୋଲି କହିବା ସହିତ ପାକିସ୍ତାନ ସହିତ ଆଲୋଚନାକୁ ପୁଣିଥରେ ଜୋର୍‌ ଦେଇଛନ୍ତି ମେହବୁବା। ପାକିସ୍ତାନ ସହିତ ଆଲୋଚନା କରି କାଶ୍ମୀରବାସୀଙ୍କୁ ସୁଖଃ ମିଳୁଛି ବୋଲି ମେହବୁବା କହିଛନ୍ତି।

କାଶ୍ମୀର ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଏକ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି । ମୋଦି କହିଛନ୍ତି, ‘ ଦିଲ୍ଲୀ ଏବଂ ଦିଲ୍(କାଶ୍ମୀର)ର ଦୂରତାକୁ କମାଇବାକୁ ଚାହୁଁଛି ।’ ଏହା ସହିତ ଜାମ୍ମୁ କାଶ୍ମୀରକୁ ନେଇ ପ୍ରଧାନମନ୍ତ୍ରୀ ମୁଖ୍ୟତଃ ୨ଟି ମୁଦ୍ଦାକୁ ନେଇ ଆଲୋଚନା କରିଥିଲେ । ପ୍ରଥମଟି ହେଉଛି ‘ କାଶ୍ମୀରରେ ତୃଣମୂଳ ସ୍ତରକୁ ଯାଇ ଗଣତନ୍ତ୍ରକୁ ସୁଦୃଢ କରିବାକୁ ହେବ । ଏଥିପାଇଁ ସମସ୍ତେ ମିଳିମିଶି କାମ କରିବାକୁ ହେବ ।’ ଦ୍ବିତୀୟଟି ହେଉଛି, ‘ଜାମ୍ମୁ କାଶ୍ମୀରର ପୂର୍ଣ୍ଣ ବିକାଶ । ସମସ୍ତଙ୍କ ସହଯୋଗରେ ସବୁ ଅଞ୍ଚଳ ଏବଂ ସମସ୍ତ ଗୋଷ୍ଠୀର ବିକାଶ ଦିଗରେ କାମ କରିବାକୁ ହେବ ।’

ବୈଠକରେ ମୋଦି କହିଛନ୍ତି, ‘ଆମର ପ୍ରାଥମିକତା ହେଉଛି ଜାମ୍ମୁ କାଶ୍ମୀରରେ ତୃଣମୂଳ ଗଣତନ୍ତ୍ରକୁ ମଜବୁତ କରିବା । ମତଦାନ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଏବଂ ପରିସ୍ଥିତିକୁ ନଜରରେ ରଖିବାକୁ ହେବ । ସେଠାରେ ବିକାଶ ପଥକୁ ଆହୁରି ଆଗକୁ ନେବା ପାଇଁ ମତଦାନ ହେବା ଆବଶ୍ୟକ ଏବଂ ଏହା ସମୟ ଆସିଲେ ନିଶ୍ଚୟ ହେବ ।’

Image

   Related Posts