ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭେଟିପାରନ୍ତି ମମତାଙ୍କୁ
11/01/2020 at 1:19 PM

କୋଲକତା ୧୧।୧: ଦୁଇ ଦନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତ ସମୟରେ ପଶ୍ଚିମବଙ୍ଗ ମୁକ୍ୟମନ୍ତ୍ରୀ ମମତା ବାନର୍ଜୀଙ୍କୁ ଭେଟିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ମମତା ବାନର୍ଜୀ ମଧ୍ୟ ଯୋଗ ଦେବେ ବୋଲି ଜଣାପଡ଼ିଛି ।
ପ୍ରଧାନମନ୍ତ୍ରୀ ଆଜି କୋଲକାତାରେ ପୁନରୁଦ୍ଧାର ହୋଇଥିବା ୪ଟି ଐତିହାସିକ ଅଟ୍ଟାଳିକାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ । ଏହି ଅଟ୍ଟାଳିକାଗୁଡ଼ିକ ମଧ୍ୟରେ ରହିଛି ପୁରୁଣା କରେନ୍ସି ଭବନ, ବେଲଭେଡିଅର ହାଉସ, ମେଟକାଫ ହାଉସ ଏବଂ ଭିକ୍ଟୋରିଆ ମେମୋରିଆଲ ହଲ୍ । କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଏହି ୪ଟି ଐତିହାସିକ ଅଟ୍ଟାଳିକାର ପୁନରୁଦ୍ଧାର କରିଛି। ଏହି ପ୍ରକ୍ରିୟାରେ ଅଟ୍ଟାଳିକାଗୁଡ଼ିକର ଐତିହାସିକ ସ୍ବରୂପକୁ ଅକ୍ଷୂର୍ଣ୍ଣ ରଖାଯାଇଛି।
ପ୍ରଧାନମନ୍ତ୍ରୀ ଏହି ଅବସରରେ କୋଲକାତା ପୋର୍ଟ ଟ୍ରଷ୍ଟର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ସମାରୋହରେ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ମୋଦି ବର୍ତ୍ତମାନ ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ପାଣ୍ଠିରେ ଅର୍ଥରାଶିର ଅଭାବ ପୂରଣ କରିବା ଲାଗି ୫୦୧ କୋଟି ଟଙ୍କା ଅର୍ଥରାଶିର ଚେକ୍ ପ୍ରଦାନ କରିବେ।
କୋଲକାତା ପୋର୍ଟ ଟ୍ରଷ୍ଟର ୧୦୫ ଏବଂ ୧୦୦ ବର୍ଷ ବୟସର ଦୁଇ ଜଣ ବରିଷ୍ଠ ଅବସରପ୍ରାପ୍ତ କର୍ମଚାରୀ ନଗୀନା ଭଗତ ଏବଂ ନରେଶ ଚନ୍ଦ୍ର ଚକ୍ରବର୍ତ୍ତୀଙ୍କୁ ପ୍ରଧାନମନ୍ତ୍ରୀ ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଛି। ସେ ପୋର୍ଟ ଟ୍ରଷ୍ଟ ସହ ଜଡ଼ିତ ଏକ ସ୍ବତନ୍ତ୍ର ସଂଗୀତ ମଧ୍ୟ ଉନ୍ମୋଚନ କରିବେ। ତେବେ ପଶ୍ଚିମବଙ୍ଗଗସ୍ତକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ମୁଁ ବହୁତ ଉତ୍ସାହିତ । ରାମକୃଷ୍ଣ ମିଶନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବାରୁ ନିଜକୁ ଧନ୍ୟ ମନେକରୁଛି ।’
I am excited to be in West Bengal today and tomorrow. I am delighted to be spending time at the Ramakrishna Mission and that too when we mark Swami Vivekananda’s Jayanti. There is something special about that place.
— Narendra Modi (@narendramodi) January 11, 2020