Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମନ କୀ ବାତ’, ଦିନ ୧୧ଟାରେ ଦେଶବାସୀଙ୍କୁ କରିବେ ସମ୍ବୋଧନ

25/10/2020 at 8:02 AM

ନୂଆଦିଲ୍ଲୀ ୨୫/୧୦: ରବିବାର ସକାଳ ୧୧ ଟାରେ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍‌’ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମାସିକ ରେଡିଓ କାର୍ଯ୍ୟକ୍ରମର ଏହା ୭୦ ତମ ସଂସ୍କରଣ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନରେ ପ୍ରସାରିତ ହେବ।

ଏହା ପୂର୍ରବୁ ୧୭ ସେପ୍ଟେମ୍ବରରେ ମୋଦି ‘ମନ କି ବାତ୍‌’ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ। ଦେଶବାସୀ ଆଜି ସକାଳ ୧୧ରେ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ଡିଡି ଭାରତୀ ମାଧ୍ୟମରେ ଶୁଣିପାରିବେ। ଏହାପରେ ଅଲ ଇଣ୍ଡିଆ ରେଡିଓ ମାଧ୍ୟମରେ କାର୍ଯ୍ୟକ୍ରମ ସରିବାର କିଛି ସମୟ ପରେ ଏବଂ ରାତି ୮ଟାରେ ମନ କୀ ବାତର ପୁନଃ ପ୍ରସାରଣ କରାଯିବ।

ଏହାସହ ଏହି କାର୍ଯ୍ୟକ୍ରମକୁ ନିଜ ଭାଷାରେ ଶୁଣିବା ପାଇଁ ୧୯୨୨ ନମ୍ବରରେ କଲ୍‌ କରିପାରିବେ। କଲ୍‌ କରିବା ପରେ ଆପଣଙ୍କୁ ଗୋଟିଏ କଲ୍‌ ଆସିବ। ଏହାପରେ ଆପଣ ନିଜ ପସନ୍ଦର ଭାଷା ବାଛିବା ସହ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମକୁ ଶୁଣିପାରିବେ।

   Related Posts