ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ PM ଲଞ୍ଚ କଲେ 'ଅଟଳ ଭୂ ଜଳ ଯୋଜନା', ପାଣି ସଞ୍ଚୟ ଲାଗି ଚାଷୀ ଓ ଯୁବକଙ୍କୁ ଦେଲେ ମନ୍ତ୍ର

Published By : Prameya-News7 Bureau | December 25, 2019 IST

ନୂଆଦିଲ୍ଲୀ ୨୫।୧୨: ସାରା ଦେଶରେ ବୁଧବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜୟନ୍ତୀ ପାଳିତ ହୋଇଛି।  ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ 'ଅଟଳ ଭୂଜଳ  ଯୋଜନା' କାର୍ଯ୍ୟକାରୀ କରିବା ସହିତ ଅଟଳ ଟନେଲର ଉଦଘାଟନ ମଧ୍ୟ କରିଛନ୍ତି। ଏଥିଲାଗି ଦିଲ୍ଲୀ ବିଜ୍ଞାନ ଭଭନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରି ଆଜି ଭାରତୀୟଙ୍କ ଲାଗି ନିଶ୍ଚିତ ରୂପେ ଏକ ମହାନ ଦିନ ବୋଲି କହିଛନ୍ତି । ଏହି ଦିନରେ ମଦନ ମୋହନ ମାଲବ୍ୟ ଓ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ଦୁଇ ଦୁଇ ଜଣ ରତ୍ନ ଭାରତ ମାଟିରେ ଜନ୍ମଗ୍ରହଣ କରିଥିଲେ। ଉଭୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଜଳ ସଞ୍ଚୟ ଲାଗି ଚାଷୀ, ଯୁବ ଓ ଷ୍ଟାର୍ଟପ ମାନେ ଅନେକ କିଛି କରିପାରିବେ ବୋଲି କହିଛନ୍ତି।

{"id":202507,"width":583,"height":268,"sizeSlug":"large"}

ଦେଶ ସ୍ୱାଧୀନ ହେବାର ୭୦ ବର୍ଷ ବିତିଗଲାଣି। ତେବେ ଏତେ ଦିନରେ ଭାରତର ମାତ୍ର ୩ କୋଟି ଲୋକଙ୍କ ଘରକୁ ଜଳ ଯୋଗାଇ ଦିଆଯାଇପାରିଛି। ତେବେ ଏଥିଲାଗି ଆଗାମୀ ୫ ବର୍ଷରେ ଆମକୁ ଦ୍ରୁତ କାର୍ଯ୍ୟ କରିବାକୁ ପଡିବ। ରାଜଧାନୀ ଦିଲ୍ଲୀରେ ବି ପାଣି ପାଇଁ ହା ହା କାର ପଡୁଛି। ଏଣୁ ଏଥିଲାଗି ସାଟେଲାଇଟର ବି ସହାୟତା ନିଆଯିବ ବୋଲି କହିଛନ୍ତି  ପ୍ରଧାନମନ୍ତ୍ରୀ ।

{"id":202510,"sizeSlug":"large"}

ମନାଲୀରେ ଏକ ଟନେଲ ଲାଗି ଅଟଳ ବିହାରୀ ବାଜପେୟୀ ସ୍ୱପ୍ନ ଦେଖିଥିଲେ। ଏଥିଲାଗି ସେ ବାରମ୍ବାର ମନାଲୀ ଯାଉଥିଲେ। ଆଜି ମନାଲୀ ନିକଟବର୍ତ୍ତି ଏକ ଗାଁରେ ହୋମ ଯଜ୍ଞ ହେଉଛି। ତାଙ୍କର ଏହି ସ୍ୱପ୍ନ ଯେ ଦିନ ତାଙ୍କ ନାଁ ସହ ଯୋଡି ହୋଇଯିବ କେହି କଳ୍ପାନା ମଧ୍ୟ କରିନଥିଲେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। କାର୍ଗିଲ ଯୁଦ୍ଧ ପରେ ସୁରକ୍ଷା ଦୃଷ୍ଟିରୁ ବି ଏହି ଟନେଲର ଅନେକ ଗୁରୁତ୍ୱ ରହିଛି। ଲେହ, ଲଦ୍ଦାଖ ଓ କାରଗିଲର ଭାଗ୍ୟ ଏହି ଟନେଲ ବଦଳାଇଦେବ। ଜଳ ପାଇଁ ଅଟଳ ବିହାରୀ ବାଜପେୟୀ ସରକାର ଅନେକ କାମ କରିଥିଲେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

{"id":202511,"width":580,"height":387,"sizeSlug":"large"}

ଅଟଳଜୀଙ୍କ ନେତୃତ୍ୱରେ ଶାନ୍ତା କୁମାର ପାଣି ଲାଗି ବିଶାଳ ଯୋଜନା ହାତକୁ ନେଇଥିଲେ। ତେବେ ବାଜପେୟୀ ସରକାରଙ୍କ ପ୍ରସ୍ଥାନ ସହ ଯୋଜନା ବି ନଥି ତଳେ ଚାପି ହୋଇଯାଇଥିଲା। ବିଜେପି ଗତ ସରକାର ଓ ଚଳିତ ସରକାରରେ ପାଣି ପାଇଁ ପୁଣି ସେହି ସବୁ ଯୋଜନା ହାତକୁ ନେଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ। ଏଣୁ ୨୦୨୪ ମସିହା ସୁଦ୍ଧା ଦେଶର ପ୍ରତି ଘରେ ପାନୀୟ ଜଳ ସୁବିଧା ଥିବ ବୋଲି ଆଶାବ୍ୟକ୍ତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.