Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ

12/05/2020 at 7:59 PM

ନୂଆଦିଲ୍ଲୀ, ୧୨|୦୫ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ସଙ୍କଟ ସମୟରେ ଚତୁର୍ଥ ଥର ଦେଶକୁ ସମ୍ବୋଧିତ କରିବା ସମୟରେ ‘ଆତ୍ମ ନିର୍ଭର ଭାରତ ଅଭିଯାନ’ର ଘୋଷଣା କରିଛନ୍ତି। ଏଥିରେ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଆଗାମୀ କିଛି ଦିନ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ପ୍ୟାକେଜ୍‌ର ବିସ୍ତୃତ ତଥ୍ୟ ଦେଶ ସାମ୍ନାରେ ରଖିବେ। ଏହି ୨୦ ଲକ୍ଷ କୋଟିର ଆତ୍ମ ନିର୍ଭର ଭାରତ ଅଭିଯାନ ପ୍ୟାକେଜ୍‌ ଦେଶର ମୋଟ୍‌ ଜିଡିପିର ପ୍ରାୟ ୧୦ ପ୍ରତିଶତ ହେବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଜରିଆରେ ଦେଶର ବିଭିନ୍ନ ବର୍ଗଙ୍କୁ, ଆର୍ଥିକ ବ୍ୟବସ୍ଥାର ସମସ୍ତ କ୍ଷେତ୍ରକୁ ୨୦ ଲକ୍ଷ କୋଟି ଟଙ୍କାର ସମ୍ବଳ ମିଳିବ। ଏହି ପ୍ୟାକେଜ୍‌ ୨୦୨୦ରେ ଦେଶର  ବିକାଶ ଯାତ୍ରାରେ ଆତ୍ମ ନିର୍ଭର ଭାରତକୁ ଏକ ନୂତନ ଦିଗ ଦେବ। ଆତ୍ମନିର୍ଭର ଭାରତର ସଂକଳ୍ପକୁ ସିଦ୍ଧ କରିବା ପାଇଁ ଏହି ପ୍ୟାକେଜ୍‌ରେ Land,Labour,Liquidity ଓ Laws ସବୁ ଦିଗ ଉପରେ ଗୁରୁତ୍ଵାରୋପ କରାଯାଇଛି।

ପ୍ରଧାନମନ୍ତ୍ରୀ ମଙ୍ଗଳବାର ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ସେ  ନିଜ ଅଭିଭାଷଣରେ କହିଛନ୍ତି ଯେ, କରୋନା ସଂକ୍ରମଣର ମୁକାବିଲା ପାଇଁ ବିଶ୍ୱ ୪ ମାସରୁ ଅଧିକ ସମୟ ନେଲାଣି । ଏହି ସମୟରେ ବିଭିନ୍ନ ଦେଶେ ୪୨ ଲକ୍ଷରୁ ଅଧିକ ଲୋକ କରୋନ ସଂକ୍ରମିତ ହୋଇଛନ୍ତି । ୩ ଲକ୍ଷରୁ ଅଧିକ ଲୋକଙ୍କୁ ଦୁଃଖଦ ମୃତ୍ୟୁ ହୋଇଛି । ଭାରତରେ ମଧ୍ୟ ଅନେକ ପରିବାର ସେମାନଙ୍କ ସଦସ୍ୟଙ୍କୁ ହରାଇଛନ୍ତି । କେବଳ ଗୋଟିଏ ଭାଇରସ ବିଶ୍ୱରେ ଆତଙ୍କ ସୃଷ୍ଟି କରିଦେଇଛି । ସମସ୍ତେ ନିଜ ଜୀବନ ରକ୍ଷା କରିବାରେ ଲାଗିଛନ୍ତି । ଏପରି ପୂର୍ବରୁ କେହି ଦେଖି ନଥିଲେ କି ଶୁଣିନଥିଲେ।

ଏହା ମାନବ ଜାତି ପାଇଁ ଅକଳ୍ପନୀୟ । କିନ୍ତୁ ଥକିବା, ହାରିବା, ଭାଙ୍ଗିବା ମାନବ ସମାଜକୁ ମଞ୍ଜୁର ନୁହେଁ । ସତର୍କ ରହି ଏହି ଯୁଦ୍ଧର ସମସ୍ତ ନିୟମ ପାଳନ କରି ଆମକୁ ଆଗକୁ ବଢିବାକୁ ହେବ । ଏହି ସମୟରେ ନିଜ ସଂକଳ୍ପ ଆହୁରି ମଜବୁତ କରିବାକୁ ହେବ । ଏହା ବିରାଟ ହେବ । ଏକ ବିଂଶ ଶତାବ୍ଦୀ ଭାରତର ହେବ ବୋଲି କୁହାଯାଉଛି । କରୋନା ସଙ୍କଟ ପରେ ମଧ୍ୟ ବିଶ୍ୱରେ ଯେଉଁ ସ୍ଥିତି ଉପୁଜିବ ତାକୁ ବି ଭାରତ ଦେଖୁଛି । ଏହାକୁ ଭାରତର ଦୃଶ୍ୟପଟରେ ଦେଖିଲେ ଏକ ବିଂଶ ଶଦାବ୍ଦୀ ଭାରତର ହେବ ଏହା ଭାରତର ସ୍ପପ୍ନ ନୁହେଁ ସମସ୍ତଙ୍କ ଦାୟିତ୍ୱ ମଧ୍ୟ । ଆଜିର ସ୍ଥିତି ଆମକୁ ଅନେକ କିଛି ଶିକ୍ଷା ଦେଇଛି । ଆତ୍ମ ନିର୍ଭର ଭାରତର ଶିକ୍ଷା ଦେଇଛି କରୋନା । ଶାସ୍ତ୍ରରେ ମଧ୍ୟ ଏନେଇ ଉଲ୍ଲେଖ ରହିଛି । ଗୋଟିଏ ଦେଶ ଭାବେ ଆମେ ଗୁରୁତ୍ୱପୂର୍ଣ୍ଣ ସ୍ଥିତିରେ ରହିଛେ । ଏହି ବଡ ବିପଦ ଭାରତ ପାଇଁ ଗୋଟିଏ ସଙ୍କେତ, ସନ୍ଦେହ ଓ ଅବସର ନେଇ ଆସିଛି ।

ଯେତେବେଳେ କେରାନା ଭାଇରସ ଆରମ୍ଭ ହେଲା ସେତେବେଳେ ଦେଶରେ ମାସ୍କ ଓ ପିପିଇ କିଟ୍ ନଥିଲା । ଏବେ ଦେଶରେ ୨ ଲକ୍ଷ ପିପିଇ ଓ ଏନ-୯୫ ମାସ୍କ ତିଆରି ହେଉଛି । ଦେଶ ବିପଦକୁ ଅବସରରେ ବଦଳାଇ ଦେଇଛି । ଏହି ଦୃଷ୍ଟି ଆତ୍ମନିର୍ଭରଶୀଳ ସଂକଳ୍ପ ପାଇଁ ଗୁରୁତ୍ନପୂର୍ଣ୍ଣ ।ଭାରତର ସଂସ୍କୃତି ଆତ୍ମ ନିର୍ଭରଶୀଳ ଅଟେ । ଭାରତ ସାରା ବିଶ୍ୱକୁ ପରିବାର ମାନିଥାଏ । ପୃଥିବୀକୁ ମାଆ ମନେ କରିଥାଏ । ବାରତର ପ୍ରଗତିରେ ସର୍ବଦା ବିଶ୍ୱର ପ୍ରଗତି ରହିଥାଏ । ଭାରତର ଲକ୍ଷ୍ୟର ପ୍ରଭାବ ବିଶ୍ୱ କଲ୍ୟାଣରେ ପଡିଥାଏ । ଭାରତ ଏବେ ଖୋଲା ଶୌଚମୁକ୍ତ ହେଲେ ବିଶ୍ୱର ନଜର ମଧ୍ୟ ବଦଳିଥାଏ । ଜୀବନ ଓ ମୃତ୍ୟୁର ଲଢେଇ ଲଢୁଥିବା ସମୟରେ ଭାରତର ଔଷଧ ନୂଆ ଆଶା ତିଆରି କରିଛି । ଭାରତକୁ ପ୍ରଶଂସା ମିଳିଛି ।ଏହାକୁ ନେଇ ପ୍ରତି ଭାରତୀୟ ଗର୍ବ କରିଥାନ୍ତି । ବାରତ ମାନବଜାତି କଲ୍ୟାଣ ପାଇଁ ବହୁତ ଭଲ କରିପାରେ ବୋଲି ବିଶ୍ୱ ବିଶ୍ୱାସ କରିଛି । ଭାରତକୁ ସୁନାର ପକ୍ଷୀ କୁହାଯାଉଥିଲା । ଏବେ ସମୟ ବଦଳିଛି । ଆଜି ଭାରତ ପୁଣି ବିକାଶ ଦିଗରେ ଆଗେଇ ଚାଲିଛି । ବିଶ୍ୱ କଲ୍ୟାଣ ରାସ୍ତାରେ ଅଟଳ ରହିଛି । ଭାରତର ଆଇଟି ଟେକ୍ନୋଲୋଜି ବିଶ୍ୱକୁ ଅନେକ କିଛି ଦେଇଛି । ଆମ ପାଖରେ ସାମର୍ଥ୍ୟ ରହିଛି । ଆମେ ସବୁ କିଛି ସମ୍ଭବ କରିପାରିବା । କଛ ଭୂମିକମ୍ପରୁ ଆମେ ମୁକୁଳିଛେ । ଆମ ପାଇଁ କିଛି ଲକ୍ଷ୍ୟ ଅସମ୍ଭବ ନୁହେଁ । ଦେଶର ୫ଟି ମୂଳଦୂଆ ରହିଛି । ଯାହା ହେଉଛି ଅର୍ଥନୀତି, ଇନଫ୍ରାଷ୍ଟ୍ରକଚର୍, ଦେଶର ବ୍ୟବସ୍ଥା, ଆମର ଡେମୋଗ୍ରାଫୀ, ଡିମାଣ୍ଡ ।  

ମୋଦୀଙ୍କ ଆର୍ଥିକ ପ୍ୟାକେଜ୍, ଆତ୍ମନିର୍ଭର ଭାରତ ଅଭିଯାନ

ମୋଦୀ କହିଛନ୍ତି ଯେ, ନିକଟରେ ସରକାର କରୋନା ସଙ୍କଟ ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ । ଯାହାକୁ ମିଶାଇଲେ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଯ ଯାହା ଭାରତର ଜିଡିପର ୧୦ ପ୍ରତିଶତ । ଏହା ଜରିଆରେ ଦେଶର ବିଭିନ୍ନ ବର୍ଗଙ୍କୁ, ବ୍ୟବସ୍ଥାକୁ ୨୦ ଲକ୍ଷ କୋଟି ଟଙ୍କା ମିଳିବ । ଏହି ପ୍ୟାକେଜ୍ ୨୦୧୯ରେ ଦେଶର ବିକାଶ ଯାତ୍ରାକୁ ଏକ ନୂଆ ଗତି ଦେବ । ଆତ୍ମ ନିର୍ଭର ଭାରତକୁ ଏହି ପ୍ୟାକେଜରେ ଭୂମି, ଶ୍ରମିକ ଓ ଆଇନ କ୍ଷେତ୍ରରେ ସମସ୍ତଙ୍କୁ ସହଯୋଗ କରିବ । ଏହା କୁଟୀର ଶିଳ୍ପ, ଗୃହଦ୍ୟୋଗ, ଲଘୁ ଉଦ୍ୟୋଗ ପାଇଁ ସହାୟକ ହେବ । ଏହା ଦେଶର ମଧ୍ୟମ ବର୍ଗ ପାଇଁ ମଧ୍ୟ ଅଟେ । ଆଗାମୀ କିଛି ଦିନରେ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ସମସ୍ତ ତଥ୍ୟ ପ୍ରଦାନ କରାଯିବ ।  ସରକାରୀ ଦପ୍ତର ବନ୍ଦ ଥିବା ସତ୍ତ୍ୱେ ଲୋକଙ୍କ ପାଖରେ ଆର୍ଥିକ ସହାୟତା ପହଁଚିଛି । ଏହି ପ୍ୟାକେଜରେ ଅନେକ ପ୍ରାବଧାନ କରାଯାଇଛି ।

ସେ ଆହୁରି କହିଛନ୍ତି ୟେ, ବଡରୁ ବଡ ବ୍ୟବସ୍ଥା ଦୋହଲି ଯାଇଛି । କିନ୍ତୁ ଦେଶରେ ଗରିବ ଭାଇ ଭଉଣୀ ନିଜର ସଙ୍ଘର୍ଷ ଶକ୍ତିକୁ ବୟାନ କରିଛନ୍ତି । ଯାହା ପ୍ରଶଂସନୀୟ । ଏହାକୁ ନଜରରେ ରଖି ଗରିବ, ଶ୍ରମିକଙ୍କ ପାଇଁ ଆର୍ଥିକ ପ୍ୟାକେଜରେ କିଛି ମହତ୍ୱପୂର୍ଣ୍ଣ ଘୋଷଣା ହୋଇଛି ।

ତେବେ ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀଙ୍କ ପୂର୍ବ ସମ୍ବୋଧନ ସମ୍ପର୍କରେ

ପ୍ରଥମ ସମ୍ବୋଧନ : ୧୯ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧିତ କରି ୨୨ ମାର୍ଚ୍ଚରେ ସାଧାରଣ କର୍ଫ୍ୟୁ ଲାଗୁ କରିବା ବିଷୟରେ କହିଥିଲେ। ଏହି ଦିନ ସାରା ଦେଶରେ ସବୁକିଛି ବନ୍ଦ ରହିଲା | ସନ୍ଧ୍ୟାରେ ଲୋକମାନେ କରୋନା ଯୋଦ୍ଧାମାନଙ୍କୁ  ଘଣ୍ଟ ବଜାଇ ଧନ୍ୟବାଦ ସହ ନିଜର ସମର୍ଥନ ଜଣାଇଥିଲେ ।

ଦ୍ୱିତୀୟ ସମ୍ବୋଧନ : ୨୪ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ମୋଦି ଦ୍ୱିତୀୟ ଥର ପାଇଁ  ସମ୍ବୋଧିତ କରି କରୋନା ସଂକ୍ରମଣକୁ ରୋକିବା ପାଇଁ ୨୫ ମାର୍ଚ୍ଚରୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରିଥିଲେ। ସେ କହିଥିଲେ ଯେ କରୋନା ଶୃଙ୍ଖଳା ଭାଙ୍ଗିବା ପାଇଁ ଲୋକମାନେ କିଛି ଲକ୍ଷ୍ମଣ ରେଖାଙ୍କୁ ଅନୁସରଣ କରିବା ଉଚିତ୍।

ତୃତୀୟ ସମ୍ବୋଧନ : ପ୍ରଧାନମନ୍ତ୍ରୀ ମୋଦୀ ୩ ଅପ୍ରେଲରେ ଏକ ଭିଡିଓ ବାର୍ତ୍ତା ପ୍ରକାଶ କରିଛନ୍ତି। ଏଥିରେ, ଅପ୍ରିଲ ୫ ତାରିଖ ରାତି ୯ଟା ସମୟରେ ଦୀପ, ମହମବତୀ ଏବଂ ମୋବାଇଲ ଲାଇଟର ଆଲୋକ ୯ ମିନିଟ ଧରି ଏକତା ପ୍ରଦର୍ଶନ କରିବାକୁ ଲୋକଙ୍କୁ ନିବେଦନ କରାଯାଇଥିଲା। ଆଜିର ସମ୍ବୋଧନରେ ସେ ଲକଡାଉନ୍ ବୃଦ୍ଧି ବାବଦରେ କହିଛନ୍ତି ।

ଚତୁର୍ଥ ସମ୍ବୋଧନ: ମେ ୩ ଯାଏଁ ଲକଡାଉନ୍ ବୃଦ୍ଧି ।

   Related Posts