Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

୫ ଦିନିଆ ଦିନିଆ ଇଟାଲୀ-ବ୍ରିଟେନ ଗସ୍ତରେ ପିଏମ ମୋଦି: ଜି -20 ବୈଠକରେ ଭାଗନେବେ, ଜାଣନ୍ତୁ ଏଜେଣ୍ଡା

29/10/2021 at 9:37 AM

ନୂଆଦିଲ୍ଲୀ ୨୯/୧୦ : ରୋମ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । G-20 ବୈଠକରେ ସାମିଲ ହେବାକୁ ରୋମ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨ ଦିନିଆ ରହଣି କାଳରେ ପ୍ରଧାନମନ୍ତ୍ରୀ ଜାତିର ପିତା ମହାତ୍ମାଗାନ୍ଧୀଙ୍କୁ ରୋମ୍ ରେ ଶ୍ରଦ୍ଧା ସୁମନ ଅର୍ପଣ କରିବେ । ଭାଟିକାନ ଯାଇ ପୋପ୍ ଫ୍ରାନସିସ୍ ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଇଟାଲି ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ କ୍ରମେ ମୋଦି ରୋମ୍ ଏବଂ ଭାଟିକାନା ଗସ୍ତ କରିଛନ୍ତି । ସେଠାରୁ ୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ୟୁକେର ଗ୍ଲାସଗୋ ଗସ୍ତ କରିବେ । ସେଠାରେ ପ୍ରଧାନମନ୍ତ୍ରୀ ଓ୍ବାର୍ଲଡ ଲିଡର୍ସ ସମିଟ୍ ରେ ସାମିଲ ହେବେ । ବୈଠକରେ ୧୨୦ ରାଷ୍ଟ୍ରର ମୁଖ୍ୟ ଏବଂ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଭେଟି ଦ୍ବିପାକ୍ଷୀକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।

ସେହିପରି ୟୁକେରେ ପ୍ରଧାନମନ୍ତ୍ରୀ ମୋଦୀ ନଭେମ୍ବର ୧ରେ ପାଖାପାଖି ୩ ଘଣ୍ଟାର ମାରାଥନ୍ ବୈଠକ କରିବେ । ସ୍ଥାନୀୟ ସମୟାନୁସାରେ, ସକାଳ ଟାରେ ବୈଠକ ଆରମ୍ଭ ହେବ । ଯେଉଁଥିରେ ଇସ୍ରାଏଲ୍, ଜାପାନ୍, ସ୍ୱିଜରଲ୍ୟାଣ୍ଡ, ଫିନଲ୍ୟାଣ୍ଡ୍, ନେପାଳ, ୟୁକ୍ରେନ୍ ଏବଂ ଆର୍ଜେଣ୍ଟିନା ମଧ୍ୟ ସାମିଲ ହେବେ । ଖାଲି ସେତିିକି ନୁହେଁ ମୋଦୀ, ମାଇକ୍ରୋସଫ୍ଟ ସଂସ୍ଥାପକ ବିଲ ଗେଟ୍ସଙ୍କୁ ମଧ୍ୟ ଭେଟିବେ ।

   Related Posts