ପ୍ରଧାନମନ୍ତ୍ରୀ ମୋଦି ବାଜପେୟୀଙ୍କ ଜନ୍ମ ଜୟନ୍ତୀରେ ଆରମ୍ଭ କଲେ ୧୦୦ ଟଙ୍କିଆ ମୁଦ୍ରା

Published By : Prameya-News7 Bureau | December 25, 2018 IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ  ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀର ସମ୍ମାନରେ ୧୦୦ ଟଙ୍କିଆ କଏନ୍ ଆରମ୍ଭ କଲେ ।ଡିସେମ୍ବର ୨୫ ତାରିଖ ଅଟଳ ବିହାରୀ ବାଜପେୟୀଙ୍କର ୯୪ତମ ଜନ୍ମ ଜୟନ୍ତୀ । ବାଜପେୟୀ ଆଉ ଆମ ଗହଣରେ ନାହାନ୍ତି।ତେଣୁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସମ୍ମାନରେ ଏହି କଏନ୍ ଜାରି କରିଛନ୍ତି ।

{"id":67052}

କଏନ୍ ରେ ବାଜପେୟୀଙ୍କ ନାମ ଦେବନାଗରୀ ଓ ଇଂରାଜୀ ଭାଷାରେ ଲେଖାଯାଇଛି। କଏନ୍ ରେ ବାଜପେୟୀଙ୍କ ଛବି ମଧ୍ୟ ରହିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ବାଜପେୟୀ ଆମ ସମସ୍ତଙ୍କ ହୃଦୟରେ ୫୦ବର୍ଷ ରାଜୁତି କରିଥିଲେ ଏବଂ ଆଗକୁ ମଧ୍ୟ କରିବେ।  ଅଟଳ ଜୀ ଦୀର୍ଘ ଦିନର ପ୍ରଚେଷ୍ଟାରେ ଯେଉଁ ରାଜନୈତିକ ସଙ୍ଗଠନ ଗଢ଼ିଥିଲେ ତାହା ସମଗ୍ର ଦେଶରେ ବିସ୍ତାର ଲାଭ କରିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.