କେଦାରନାଥରେ ମୋଦି, ବାବାଙ୍କ ଦର୍ଶନ ସହ କରିବେ ପୂଜାର୍ଚ୍ଚନା

Published By : Prameya-News7 Bureau | November 05, 2021 IST

ନୂଆଦିଲ୍ଲୀ ୧୧/୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡ କେଦାନାଥ ଗସ୍ତରେ ଯାଇଛନ୍ତି । ପ୍ରଧାନମନ୍ତ୍ରୀ ହେବା ପରେ ସେ ପଞ୍ଚମ ଥର ଲାଗି ଏହି ତୀର୍ଥସ୍ଥଳ ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହାସହ ଦେଶର ବିଭିନ୍ନ ଶିବ ମନ୍ଦିରରେ ବ୍ୟବସ୍ଥା କରାଯାଇଛି ।

wp:html /wp:html

ମୋଦି କୋଦାରନାଥଙ୍କ ଦର୍ଶନ କରିବା ସମୟରେ ଅନ୍ୟ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିନାହିଁ । ଏହି ଗସ୍ତରେ ରାଷ୍ଟ୍ରୀୟ କାର୍ଯ୍ୟକ୍ରମ କରିବାକୁ ୮୭ଟି ଶିବ ମନ୍ଦିରରେ ଏଲଇଡି ଲଗାଯାଇଛି । କେଦାରନାଥଙ୍କ ଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨ ଫୁଟ ଉଚ୍ଚ ଓ ୩୫ ଟନ ଓଜନର ଆଦି ଶଙ୍କାରାଚାର୍ଯ୍ୟଙ୍କ ମୂର୍ତ୍ତିର ଅନାବରଣ କରିବେ ।

ଏହାସହ କେଦାରନାଥ ପାଇଁ ୪ ଶହ କୋଟି ଟଙ୍କାର ପ୍ୟାକେଜ ବି ଘୋଷଣା କରିବେ । ଏହାଛଡା ନୂଆ କେଦାରପୁରୀ ଅଂଚଳର ବି ଉଦଘାଟନ କରିବେ ନରେନ୍ଦ୍ର ମୋଦି । ୨୦୧୩ ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମୋଦି କେଦାରନାଥ ଯିବାକୁ ଇଛା ପ୍ରକାଶ କରିଛନ୍ତି । କିନ୍ତୁ ସେତେବେଳେ ସେମାନଙ୍କୁ ଅନୁମତି ମିଳିନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.