୧୦୦ଟଙ୍କା ପରେ ଏବେ ୭୫ଟଙ୍କାର ମୁଦ୍ରା ଜାରି କଲେ ପ୍ରଧାନମନ୍ତ୍ରୀ ମୋଦି

Published By : Prameya-News7 Bureau | October 16, 2020 IST

ନୂଆଦିଲ୍ଲୀ ୧୬/୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଖାଦ୍ୟ ଏବଂ କୃଷି ସଙ୍ଗଠନର ୭୫ତମ ବର୍ଷଗାଣ୍ଠ ଅବସରରେ ୭୫ଟଙ୍କାର ସ୍ମାରକ ମୁଦ୍ରା ଜାରି କରିଛନ୍ତି। ଏହା ସହିତ ନିକଟରେ ବିକଶିତ ୮ଟି ଫସଲର ୧୭ଟି ଜୈବ-ସମ୍ବର୍ଦ୍ଧିତ କିସମ ରାଷ୍ଟ୍ରକୁ ସମର୍ପିତ କରିଛନ୍ତି। ଏହି ସମୟରେ ପ୍ରଧାନ ମନ୍ତ୍ରୀ ମୋଦି କହିଛନ୍ତି ଯେ ଦେଶବ୍ୟାପି ଯେଉଁମାନେ ଅପପୋଷଣ ଦୂର କରିବା ପାଇଁ ଲଗାତାର କାମ କରୁଛନ୍ତି ସେ ତାଙ୍କୁ ମଧ୍ୟ ଶୁଭକାମନା ଜଣାଉଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଭାରତର କୃଷକ,ଆମ କୃଷି ବୈଜ୍ଞାନିକ,ଅଙ୍ଗନଓ୍ବାଡ଼ି ଏବଂ ଆଶାକର୍ମୀ,ଅପପୋଷଣ ବିରୋଧରେ ଆନ୍ଦୋଳନର ମଜବୁତ କିଲ୍ଲା। ସେମାନେ ନିଜ ପରିଶ୍ରମ ବଳରେ ଦେଶର ଅନ୍ନ ଭଣ୍ଡାର ଭରିଥିବାବେଳେ ଗରିବମାନଙ୍କ ନିକଟକୁ ପହଞ୍ଚିବାରେ ସରକାରଙ୍କୁ ବହୁତ ସାହାଯ୍ୟ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଏଫଏଓ ଗତ ଦଶକରେ ଅପପୋଷଣ ବିରୁଦ୍ଧରେ ଭାରତର ଯୁଦ୍ଧକୁ ଅତ୍ୟନ୍ତ ନିକଟରୁ ଦେଖିଥିଲେ।

ଏହା ପୂର୍ବରୁ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜମାତା ବିଜୟାରାଜେ ସିନ୍ଧିୟାଙ୍କ ଜନ୍ମ ଶତାବ୍ଦୀ ଅବସରରେ ୧୦୦ଟଙ୍କାର ସ୍ମାରକ ମୁଦ୍ରା ଜାରି କରିଥିଲେ। ସରକାରଙ୍କ ତରଫରୁ ରାଜମାତା ସିନ୍ଧିୟାଙ୍କ ସମ୍ମାନରେ ଏହି ୧୦୦ଟଙ୍କାର ମୁଦ୍ରା ଜାରି କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.