Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ଏବେ ଆଣ୍ଡାମାନ ନିକୋବରରେ ହାଇସ୍ପିଡ ଇଣ୍ଟରନେଟ୍ : ୨୩୦୦କିମି ସୁଦୀର୍ଘ କେବଲ୍ ଲିଙ୍କ୍ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

10/08/2020 at 10:36 AM

ପୋର୍ଟବ୍ଲେୟାର ୧୦/୮: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଣ୍ଡାମାନ୍ ନିକୋବର ଦ୍ୱୀପରୁ ଚେନ୍ନାଇ ଭୂଖଣ୍ଡ ପର୍ଯ୍ୟନ୍ତ ପାଣିତଳେ ସଂଯୋଗ କରୁଥିବା ଅତ୍ୟାଧୁନିକ ଟେଲିକମ୍ କେବୁଲ୍ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ସେ ଦିଲ୍ଲୀରୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି । ୨୩ ଶହ କିଲୋମିଟର ସୁଦୀର୍ଘ ଏହି ପ୍ରକଳ୍ପରେ ଚେନ୍ନାଇରୁ ଆଣ୍ଡାମାନ୍ ନିକୋବରର ମୁଖ୍ୟ ୮ଟି ଦ୍ୱୀପକୁ ସଂଯୋଗ କରାଯାଇଛି।  ସେହିସବୁ ଦ୍ୱୀପଗୁଡ଼ିକ ହେଲା – ପୋର୍ଟବ୍ଲେୟାର୍, ସ୍ୱରାଜ ଦ୍ବୀପ୍, ଲିଟିଲ୍ ଆଣ୍ଡାମାନ୍, କାର୍ନିକୋବର, କାମୋଟା, ଗ୍ରେଟ୍ ନିକୋବର, ଲଙ୍ଗ୍ ଆଇଲ୍ୟାଣ୍ଡ ଏବଂ ରାଙ୍ଗାଟ୍। 

ଆଣ୍ଡାମାନ ନିକୋବର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ହୋଇଥିବା ଦୃଷ୍ଟିରୁ ସେଠାକୁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି। ସେମାନଙ୍କ ଲାଗି ଟେଲି-ଯୋଗାଯୋଗ ଓ ଇଣ୍ଟରନେଟ୍ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି ।

ଏଥିପାଇଁ ୧୨୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୮ମସିହାରେ ପ୍ରଥମେ ମୋଦି ଏହାର ମୂଳଦୁଆ ରଖିଥିଲେ। ଏହା ଜରିଆରେ ଭାରତୀୟ ଦ୍ବୀପ ମଧ୍ୟରେ ଉନ୍ନତ ଇଣ୍ଟରନେଟ୍ କନେକ୍ଟିଭିଟି ହୋଇ ପାରିବ।

   Related Posts