Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଲୋକାର୍ପିତ ହେଲା ଶ୍ରୀମଦ୍ଭାଗବତ ଗୀତାର ଏକାଦଶସ୍କନ୍ଦ, ଜାଣନ୍ତୁ ‘ଗୀତା ଜ୍ଞାନ’ରେ କ’ଣ କହିଛନ୍ତି ପ୍ରଧାନମନ୍ତ୍ରୀ

9/03/2021 at 7:06 PM

ନୂଆଦିଲ୍ଲୀ ୯।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀମଦ୍ଭାଗବତ ଗୀତା ପାଣ୍ଡୁଲିପିର ୧୧ଦଶ ଖଣ୍ଡକୁ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ୨୦ ଟି ଶ୍ଲୋକର ବ୍ୟାଖ୍ୟା କରୁଥିବା ଏକାଦଶ ସ୍କନ୍ଦ ଲୋକାର୍ପଣ କରୁଥିବାରୁ ଏଥିଲାଗି ପ୍ରୟାଶ କରିଥିବା ସମସ୍ତ ବିଦ୍ୱାନ ଓ ସମ୍ପର୍କିତ ଅନ୍ୟ ବ୍ୟକ୍ତିଙ୍କୁ ଆଦର ପୂର୍ବକ ନମସ୍କାର କରୁଥିବା କହିଥିଲେ। ଏହା ସହ ଗୀତା ଜ୍ଞାନ ଚର୍ଚ୍ଚା ମଧ୍ୟ କରିଥିଲେ ପ୍ରଧାନମନ୍ତ୍ରୀ। ତେବେ ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀଙ୍କ ସେହି ଗୀତା ଜ୍ଞାନ ସମ୍ପର୍କରେ ଯାହା ଏକାଦଶସ୍କନ୍ଦ ଲୋକାର୍ପଣରେ କହିଛନ୍ତି ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଭାରତ ନିଜର ସାମର୍ଥ୍ୟକୁ ପୁଣି ସାଉଣ୍ଟୁଛି। ଯାହା ଦ୍ୱାରା ସମ୍ପୂର୍ଣ୍ଣ ବିଶ୍ୱର ପ୍ରଗତିକୁ ଗତି ଦିଆଯାଇପାରିବ ଓ ମାନବତାର ସେବା କରାଯାଇପାରିବ। ନିକଟରେ ବିଶ୍ୱ ଭାରତର ଯେଉଁ ଯୋଗଦାନକୁ ଦେଖିଛି ତାହା ଥିଲା ‘ଆତ୍ମ ନିର୍ଭର ଭାରତ’ର ବିଶ୍ୱ ଲାଗି ସାମାନ୍ୟ ଯୋଗଦାନ, ଯାହା ଏବେ ଦେଶ ଦୁନିଆର ବ୍ୟାପକ କାର୍ଯ୍ୟରେ ଆସିପାରୁଛି।

ଆଜି ସାରା ବିଶ୍ୱ ହର୍ବାଲ ନେଚ୍ୟୁରାଲର କଥା କହୁଛି। ଏଣୁ ଅନେକ ଦେଶ ଏବେ ପୁଣି ଆୟୁର୍ବେଦର ଗବେଷଣା ଆରମ୍ଭ ମଧ୍ୟ କଲେଣି। ଭାରତ ଏଥିରେ ସେମାନଙ୍କୁ ଉତ୍ସାହ ସାଙ୍ଗକୁ ସହାୟତା ଯୋଗାଇ ଦେଉଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି। ତେବେ ଭାରତ ଏପର୍ଯ୍ୟନ୍ତ ଯେତିକି ପ୍ରଗତି ହାସଲ କରିଛି ତାହା କେବଳ ମାନବତାର ପ୍ରଗତି। ଆମର ଏହି ସଂକଳ୍ପ ଆଜି ପୁଣି ଥରେ ଆତ୍ମନିର୍ଭର ଭାରତ ଭାବେ ଜାଗ୍ରତ ହୋଇଛି।

ଇଏ ସେହି ଗୀତା ଯାହା ଭାରତର ଆଦର୍ଶ ‘ନିଶ୍ୱାର୍ଥ ସେବା’ ସହ ବିଶ୍ୱକୁ ପରିଚିତ କରାଇଛି। ନଚେତ ଭାରତର ବିଶ୍ୱ ବନ୍ଧୁତ୍ୱ, ନିଶ୍ୱାର୍ଥ ସେବା ଏପର୍ଯ୍ୟନ୍ତ କେବଳ ଅନ୍ୟମାନଙ୍କ ଲାଗି ଆଶ୍ଚର୍ଯ୍ୟର ବିଷୟ ହୋଇ ରହିଥିଲା ଓ ରହିଥାନ୍ତା। ଗୀତା ଏବେ  ବିଶ୍ୱର ଅନେକ ଭାଷାରେ ଅନୁବାଦିତ ହୋଇସାରିଲାଣି। ଅନେକ ଏହା ଉପରେ ଗବେଷଣା ମଧ୍ୟ କରୁଛନ୍ତି ସେହିପରି ଏହାର ସାନିଧ୍ୟରେ ଅନେକ ତୃପ୍ତ ମଧ୍ୟ ହୋଇଛନ୍ତି। ଆମ ସମସ୍ତଙ୍କୁ ମଧ୍ୟ ଗୀତାର ଏହି ପକ୍ଷକୁ ଦେଶ ସାମ୍ନାରେ ରଖିବାକୁ ପ୍ରୟାସ କରିବା ଏବେ ଦରକାର ଯେଉଁଥିରେ କିପରି ଗୀତା ଆମକୁ ଆମ ସ୍ୱାଧୀନତା ସଂଗ୍ରାମ ଲାଗି ଶକ୍ତି ଯୋଗାଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

   Related Posts