ବାରଣାସୀରେ କାଲି ନିର୍ବାଚନ : କେଦାରନାଥଙ୍କ ଶରଣ ପଶିଲେ ମୋଦି, ସୋମନାଥଙ୍କୁ ଦର୍ଶନ କଲେ ଶାହା… ଭିନ୍ନ ଭିନ୍ନ ବେଶରେ ମୋଦିଙ୍କୁ ଦେଖି ବଲିଉଡ୍ ଅଭିନେତା କହିଲେ ପ୍ରିୟଙ୍କା

Published By : Prameya-News7 Bureau | May 18, 2019 IST

ନୂଆଦିଲ୍ଲୀ ୧୮|୫: ଦିନକ ପରେ ସରିବ ସର୍ବ ବୃହତ ଗଣତନ୍ତ୍ର ରାଷ୍ଟ୍ରର ନିର୍ବାଚନ । ଫଳାଫଳ ପାଇଁ ୨୩ ତାରଖକୁ ଜନତା ଆଉ ନେତାଙ୍କ ଅପେକ୍ଷା । କେବେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ମନ୍ଦିର ଦର୍ଶନ କରିବାକୁ ଯାଉଥିବା ମୋଦି-ଶାହ ଯୋଡି ଏବେ ନିଜ ପାଇଁ ମାନେ ୨୦୧୯ରେ ପୁଣି ଥରେ ଗାଦି ଦଖଲ ପାଇଁ ପ୍ରଭୁ ଶିବଙ୍କ ଶରଣାପନ ହୋଇଛନ୍ତି ।

{"id":113268}

ଜନମତ ପୂର୍ବରୁ ଭଗବାନଙ୍କ ଆର୍ଶୀବାଦ ଭିକ୍ଷା । ଭୋଟ ବେଳେ ବିଭିନ୍ନ ମଠ ମନ୍ଦିର ବୁଲୁଥିବା ପ୍ରଧାନମନ୍ତ୍ରୀ ଏବେ ପୁଣି ଭଗବାନଙ୍କ ଶରଣାପନ୍ନ। ବିଭିନ୍ନ ନିର୍ବାଚନୀ ସଭାରେ ଭିନ୍ନ ଭିନ୍ନ ବେଶ ଧାରଣ କରି ଚର୍ଚ୍ଚାରେ ଥିବା ମୋଦିଙ୍କ ସେହେନଶାହ ଓ ସନ୍ୟାସି ବେଶ ଏଜିଟ୍‌ ପୋଲ ପୂର୍ବରୁ ବେଶ ଚର୍ଚ୍ଚାରେ ରହିଛି ।

{"id":113269,"width":577,"height":326}

ଆସନ୍ତାକାଲି ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ ପଡ଼ିବ ଭୋଟ ଆଉ ସନ୍ଧ୍ୟାରେ ମଧ୍ୟ ଆସିବ ଏଜିଟ ପୋଲ ରିପୋର୍ଟ । ଗୋଟିଏ ପଟେ ଏନଡିଏର ପୁରୁଣା ସହଯୋଗୀ ଚନ୍ଦ୍ରବାବୁ ନାଇଡୁ ବିରୋଧୀଙ୍କୁ ଏକାଠି କରୁଛନ୍ତି । ଅନ୍ୟପଟେ ଆଜି ମୋଦି କେଦାରନାଥ ଯାତ୍ରା କରିଛନ୍ତି । ଆସନ୍ତାକାଲି ବଦ୍ରିନାଥଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବେ । ଏଥିରୁ ଲାଗୁଛି ସତେ ଯେମିତି ବିରୋଧୀଙ୍କ ଶକ୍ତିକୁ ପ୍ରତିହତ କରିବା ପାଇଁ ପ୍ରଭୁଙ୍କୁ ପ୍ରାର୍ଥନା କରୁଛନ୍ତି ପ୍ରଧାନମନ୍ତ୍ରୀ ।

{"id":113270}

ଆଜି ମୋଦିଙ୍କ କେଦାରନାଥ ଗସ୍ତ ଯେତିକି ରୋମାଞ୍ଚକର ଥିଲା ସେତିକି ନାଟକୀୟ ମଧ୍ୟ ଲାଗୁଥିଲା । ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲେ ମୋଦି । ହେଲିପ୍ୟାଡରୁ ଓହ୍ଲାଇବା ପରେ ମୁଣ୍ଡରେ ହିମାଚଳର ପାରମ୍ପରିକ ଟୋପି ସହିତ ଲମ୍ବା କୁର୍ତ୍ତା ଓ ଅଣ୍ଟାରେ ଗେରୁଆ ଗାମୁଛା ମୋଦି ବାନ୍ଧିଥିବା ଦେଖିବାକୁ ମିଳିଥିଲା। କେତେବେଳେ ମୋଦି କେଦାରନାଥ ମନ୍ଦିର ପରିସରରେ ଏକ ଗୋଡ଼ିଆ ହୋଇ ଯୋଗ କରୁଥିଲେ ତ ଆଉ କେବେ ବନି ଗୁମ୍ଫାରେ ବସିଥିଲେ ମୁନି ବେଶରେ ।

{"id":113271}

ତପ ଯୋଗ ଧ୍ୟାନ କରିବା ସହିତ ବିଜୟ ଆଶା କରି ପ୍ରଭୁ କେଦାର ନାଥଙ୍କ ରୁଦ୍ରାଭିଷେକ ମଧ୍ୟ କରିଛନ୍ତି । ଆଜି ସେଠାରେ ରାତ୍ରୀ ଯାପନ କରିବା ସହ କାଲି ବଦ୍ରିନାଥଙ୍କ ଦର୍ଶନ କରି ଆର୍ଶୀବାଦ ଭିକ୍ଷା କରିବେ । ମୋଦି କେଦାରନାଥ ଓ ବଦ୍ରୀନାଥଙ୍କୁ ଭରସା କରିଥିବା ବେଳେ ସୋମନାଥଙ୍କ ଭରସାରେ ଅମିତ ଶାହ । ପରିବାର ସହିତ ସେ ସୋମନାଥଙ୍କ ଦର୍ଶନକରି ଜଳାଭିଷେକ କରିଛନ୍ତି । ଏହି ଅବସରରେ ଶାହା କହିଛନ୍ତି ସୋମନାଥ ଜ୍ୟୋତିର୍ଲିଙ୍ଗ ଧର୍ମ, ଆସ୍ଥା,ବିଶ୍ୱାସ ଓ ବୈଭବଶାଳୀ ସନାତନ ଧର୍ମର ଅଦ୍ଵିତୀୟ ପ୍ରତୀକ |

{"id":113272}

ନିର୍ବାଚନ ଫଳ ଅସିବା ଆଗରୁ ସଭିଏଁ ନିଜ ନିଜ କାମରେ ବ୍ୟସ୍ତ । ମାନେ ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଠାକୁରଙ୍କ ଆରାଧନାରେ ବ୍ୟସ୍ତ । ସୋନିଆ ଏନଡିଏ ବିରୋଧୀଙ୍କୁ ଚିଠିଲେଖି ଦିଲ୍ଲୀ ଡାକରା ପଠାଇଛନ୍ତି । ରାହୁଲ ଗାନ୍ଧି ମଧ୍ୟ ଚନ୍ଦ୍ରବାବୁଙ୍କ ସହ ମିଶି ଶକ୍ତି ଏକାଠି କରିଛନ୍ତି । ଏପଟେ କିନ୍ତୁ ଏବେ ଏବେ କଂଗ୍ରେସର ମହାସଚିବ ପଦରେ ବସିଥିବା  ପ୍ରିୟଙ୍କା ଗାନ୍ଧି ମୋଦିଙ୍କୁ  ବଲିଉଡ ଅଭିନେତାଙ୍କ ସହ ତୁଳନା କରିଛନ୍ତି । ମିର୍ଜାପୁରରେ ରୋଡ ସୋ ବେଳେ ମୋଦି ନେତା ନୁହେଁ ଅଭିନେତା କହିଥିଲେ । ଏହା ମଧ୍ୟ କହିଥିଲେ ମୋଦି ବିଶ୍ବର ବିଖ୍ୟାତ ଅଭିନେତା । ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବା ଅପେକ୍ଷା ଅମିତାଭ ବଚ୍ଚନଙ୍କୁ ପ୍ରଧାନମନ୍ତ୍ରୀ କଲେ ଭଲହେବ ।  

{"id":113273}

ଏବେ ପୁଣି ଆଉ ଜଣେ ଅଭିନେତାଙ୍କ ସହ ମୋଦିଙ୍କୁ ଲିଙ୍କ କରିଛନ୍ତି ପ୍ରିୟଙ୍କା । ବ୍ଲଗ ବଷ୍ଟର ଫିଲ୍ମ ସୋଲେର ଅସରାନିଙ୍କ ସହିତ ମୋଦିଙ୍କୁ ତୁଳନା କରିଛନ୍ତି । ପ୍ରିୟଙ୍କା କହିଛନ୍ତି କି ଅସରାନି ଯେମିତି ସୋଲେ ଫିଲ୍ମରେ ବାରମ୍ବାର କହୁଥିଲେ ଇଂରେଜଙ୍କ ସମୟରେ ଏମିତି ହୋଇଥିଲା, ସେମିତି ହୋଇଥିଲା । ସେହିପରି ମୋଦି ବିଭିନ୍ନ ସଭାରେ,ରୋଡ ସୋରେ କହୁଛନ୍ତି ଜବାହାର ନେହେରୁ ଏମିତି କରିଥିଲେ ରାଜୀବ ଗାନ୍ଧୀ ଏହା କରିନଥିଲେ ।  ଏପରି କହି ମୋଦି ନେହେରୁ ଓ ରାଜୀବ ଗାନ୍ଧିଙ୍କୁ ତ ସମାଲୋଚନା କରୁଛନ୍ତି। କିନ୍ତୁ ମୋଦି ନିଜେ ୫ ବର୍ଷର ଶାସନ କାଳ ମଧ୍ୟରେ କଣ କଲେ  ସେ ବିଷୟରେ ପଦେ ମଧ୍ୟ କହୁ ନାହାଁନ୍ତି ।

{"id":113274}

ଦିନକ ପରେ ସରିବ ନିର୍ବାଚନ, ୨୩ ତାରିଖରେ ଜଣା ପଡ଼ିବ କାହାକୁ ଭରସା କଲେ ଜନତା ଆଉ କିଏ କରିବ ଦିଲ୍ଲୀ ଦଖଲ । କିନ୍ତୁ ଏହା ସତ ଯେ ମୋଦି ହୁଅନ୍ତୁ ବା ଅମିତ ଶାହ । ଜନତାଙ୍କୁ ଇସାରାରେ ନଚାଉ ଥିବା ନେତା ମଧ୍ୟ ଭଗବାନଙ୍କୁ ମାନନ୍ତିୁ । ସେମିତି ନିର୍ବାଚନ ସରିଯିବ ହେଲେ ଭାରତୀୟ ରାଜନୀତିରୁ ଲୋପପାଇବ ନାହିଁ ଆକ୍ଷେପ ପ୍ରତିଆକ୍ଷେପ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.